ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

The Sakala Picture
Published On

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଅଞ୍ଚଳର ଏକ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ନିବାସରେ ଜୈନିକା ଛାତ୍ରୀଙ୍କ ଅସ୍ୱାଭାବିକ ସ୍ୱାସ୍ଥ୍ୟଗତ ବ୍ୟବହାରକୁ ସନ୍ଦେହ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଜଣଙ୍କୁ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତର ଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା […]

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଅଞ୍ଚଳର ଏକ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ନିବାସରେ ଜୈନିକା ଛାତ୍ରୀଙ୍କ ଅସ୍ୱାଭାବିକ ସ୍ୱାସ୍ଥ୍ୟଗତ ବ୍ୟବହାରକୁ ସନ୍ଦେହ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଜଣଙ୍କୁ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତର ଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ରିପୋର୍ଟ୍ ଦେଇଥିଲେ ଓ ଛାତ୍ରୀ ଜଣଙ୍କୁ ବାରମ୍ବାର ପଚାରିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା । କରୋନା କଟକଣା ବେଳେ ବିଦ୍ୟାଳୟ ବନ୍ଦ ଥିବାର ସୁଯୋଗ ନେଇ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଗୁଣ୍ଡୁଳା ଗ୍ରାମର ଜଣେ ନାବାଳକ ତାଙ୍କ ସହିତ ଜୋର ଜବରଦସ୍ତି ସମ୍ପର୍କ ରଖିଥିଲେ ଏବଂ କାହାକୁ କିଛି ନ କହିବାକୁ କହିଥିଲେ। ଛାତ୍ରୀଙ୍କ ଠାରୁ ସମସ୍ତ ଘଟଣା ଜାଣି ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ଶୁକ୍ରବାର ରାତିରେ ପାଲଲହଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପାଲଲହଡ଼ା ଥାନା ଅଧିକାରୀ କିଶୋର ସାମଲ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିବା ଜଣାପଡିଛି ଓ ଗିରଫ ନାବାଳକଙ୍କ ବୟସ ୧୭ ବର୍ଷ ହେଇଥିବାରୁ କେସ ନଂ ୨୦୩ ରେ ଧାରା ୩୭୬(୨)/୩୭୬(୩)(ଦ୍ଭ) ଓ ପୋସ୍କୋ ଆଇନରେ ମାମଲା ରୁଜୁ କରି ଜୁଭେନାଇଲ ବୋର୍ଡକୁ ପଠାଇ ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର