ରାଷ୍ଟ୍ରପତିଙ୍କଠାରୁ ସମ୍ମାନସୂଚକ ପ୍ରେସିଡେଣ୍ଟ କଲର ଆଓ୍ୱାର୍ଡ ପାଇବ ଓଡ଼ିଶା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନସୂଚକ ପୁରସ୍କାର ପାଇବ ଓଡିଶା ପୋଲିସ । ଏଥିପାଇଁ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି। ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । 

ଆହୁରି ପଢ଼ନ୍ତୁ: ସରିଲା ସର୍ବଦଳୀୟ ବୈଠକ: MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

ଆଜି ଏନେଇ ପୋଲିସ ଡ଼ିଜିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ ବସିଥିଲା । ଯେଉଁଥିରେ ବହୁ ବରିଷ୍ଠ ଅଧିକାରୀ ଯୋଗଦାନ ଦେଇଥିଲେ । ଏହି ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର,  ଏଡିଜି ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି କମ୍ୟୁନିକେସନ ଦୟାଲ ଗ୍ୟାଙ୍ଗୱାର,  ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ ପଣ୍ଡା, ଏଡିଜି ରାଜେଶ କୁମାର,  ଏଡିଜି ଏସ୍ ସାଇନି,  HRPC ଯତୀନ୍ଦ୍ର କୋଏଲ,  ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ , ଏଡିଜି ମୁଖ୍ୟାଳୟ ପ୍ରତୀକ ମହାନ୍ତି, ଆଇଜି ପ୍ରବୀଣ କୁମାର, ଆଇଜି କ୍ରାଇମବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ପୁଲିସକୁ ବଡ ସଫଳତା: ୪୫ ଲକ୍ଷ ଟଙ୍କାର ଗୁଟ୍‌ଖା-ତମାଖୁ ସହ ନଗଦ ୨.୯୪ ଲକ୍ଷ ଟଙ୍କା ଜବତ, ୩ ଗିରଫ

ଏହି ସମ୍ମାନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ୍ ଫୋର୍ସକୁ ପ୍ରଦାନକରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ପ୍ରେସିଡେଣ୍ଟ କଲର୍ ଆଓ୍ୱାର୍ଡ। ସାହସିକତା ଏବଂ ବୃତ୍ତିଗତ ସେବାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର ।

ଆହୁରି ପଢ଼ନ୍ତୁ: ଆଜି ରାତିରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର