ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। କ୍ରମାଗତ ଭାବେ କିଛି କିଛି ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଏକାଧିକ ସ୍ଥାନରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରହିଛି। ୩୬.୪ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ଓ ସୋନପୁରରେ ୩୬.୨ଡିଗ୍ରୀ ରେକର୍ଡ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ-ମେ’ ପର୍ଯ୍ୟନ୍ତ ପ୍ରବଳ ତାତି ଅନୁଭୂତ ହେବାକୁ ଥିବା ବେଳେ ପ୍ରାୟ ଅଗଷ୍ଟ ପର୍ଯ୍ୟନ୍ତ ତାମପାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି। ଏଥିପାଇଁ ମାର୍ଚ୍ଚ ଆରମ୍ଭରୁ ତାତି ବୃଦ୍ଧି ପାଇବାରେ ଲାଗିଛି।
ଏହି କ୍ରମରେ ଆଗକୁ ପ୍ରବଳ ଖରାତାତି ଓ ଗରମ ଆରମ୍ଭ ହେବା ସହ ମାର୍ଚ୍ଚ ପ୍ରଥମ ସପ୍ତାହର ଶେଷ ଆଡ଼କୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଉଛି। ବିଶେଷକରି, ଝାରସୁଗୁଡ଼ା, ସୋନପୁର, ଟିଟଲାଗଡ଼ ଓ ଭୁବନେଶ୍ୱର ଭଳି ସହରରେ ତାପମାତ୍ରା ଅଧିକ ରହିବା ନେଇ ଆକଳନ କରାଯାଉଛି। ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଶନିବାର ସାରା ଦେଶ ପାଇଁ ଗ୍ରୀଷ୍ମକାଳୀନ ଆକଳନ ରିପୋର୍ଟ ଆଇଏମଡି ଜାରି କରିଛି। ଏହି ଆକଳନ ଅନୁସାରେ ମାର୍ଚ୍ଚରୁ ମେ’ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ରହିବ। ଫଳରେ, ଓଡ଼ିଶା ଭଳି ରାଜ୍ୟରେ ଗ୍ରୀଷ୍ମ ଲହରୀ (ହିିଟ୍ୱେଭ୍) ସ୍ଥିତି ଉତ୍ପନ୍ନ ହେବା ନେଇ ପୂର୍ବାନୁମାନ କରାଯାଇଛି।