ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା

Madhusudan Das Picture
Published On

ଭୁବନେଶ୍ବର/ପିପିଲି: ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍‌ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ କିନ୍ନରଙ୍କ ନାମ ସୋନା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ଘର ସାଲେପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହୁଥିଲେ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ପ୍ରକାଶ ଯେ, ଉକ୍ତ କିନ୍ନର ଜଣକ କିଛିଦିନ ହେଲା ଉକ୍ତ ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୁଅନ୍ତି। କିଛି ଦୁର୍ବୃତ୍ତଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହେବା ଦ୍ୱାରା ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ପୁଲିସ ଅନୁମାନ କରୁଛି। ସାଥୀ କିନ୍ନରମାନେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାଟି ପିପିଲି ଥାନା ଅଞ୍ଚଳରେ ହୋଇଥିବାରୁ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅନ୍ୟ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଅନ୍ୟପକ୍ଷରେ ପିପିଲି ପୁଲିସ ମୃତ କିନ୍ନରଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ଅନ୍ୟପଟେ ହତ୍ୟାକରୀ ଧରାନପଡିଲେ ପୋଲିସ ଅବସ୍ଥା ଢିଲା କରିଦେବୁ ବୋଲି କହିଛନ୍ତି ମୀରା ପରିଡ଼ା । ଏହା ସହିତ ସାମୂହିକ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ମୀରା ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

02 Feb 2026 By Madhusudan Das

ସିଫା ଗେଟ୍‌ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା

ଭୁବନେଶ୍ବର/ପିପିଲି: ପିପିଲି ଥାନା ଅନ୍ତର୍ଗତ ସିଫା ଗେଟ୍‌ ନିକଟରେ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ କିନ୍ନରଙ୍କ ନାମ ସୋନା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ଘର ସାଲେପୁରରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ରହୁଥିଲେ।

ପ୍ରକାଶ ଯେ, ଉକ୍ତ କିନ୍ନର ଜଣକ କିଛିଦିନ ହେଲା ଉକ୍ତ ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୁଅନ୍ତି। କିଛି ଦୁର୍ବୃତ୍ତଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହେବା ଦ୍ୱାରା ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ପୁଲିସ ଅନୁମାନ କରୁଛି। ସାଥୀ କିନ୍ନରମାନେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଘଟଣାଟି ପିପିଲି ଥାନା ଅଞ୍ଚଳରେ ହୋଇଥିବାରୁ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅନ୍ୟ କିନ୍ନରମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଅନ୍ୟପକ୍ଷରେ ପିପିଲି ପୁଲିସ ମୃତ କିନ୍ନରଙ୍କ ମୋବାଇଲ୍‌ ଫୋନ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ବୋଲି ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ହତ୍ୟାକରୀ ଧରାନପଡିଲେ ପୋଲିସ ଅବସ୍ଥା ଢିଲା କରିଦେବୁ ବୋଲି କହିଛନ୍ତି ମୀରା ପରିଡ଼ା । ଏହା ସହିତ ସାମୂହିକ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ମୀରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର