ବେଆଇନ ଖଣି କାରବାରକୁ ନେଇ ଖୋର୍ଦ୍ଧାରେ ଫୁଟିଲା ଗୁଳି ! ଜଣେ ବ୍ୟବସାୟୀ ମୃତ, ଦୁର୍ବୃତ୍ତ ଫେରାର

Madhusudan Das Picture
Published On

ଖୋର୍ଦ୍ଧା: ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଘଟିଛି ଗୁଳିକାଣ୍ଡ । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ। ଗତକାଲି ରାତିରେ ବାସୁଦେବ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଖୋକା ପଡ଼ିଛି । ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି । ବେଆଇନ ଖଣି କାରବାର ଘଟଣାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୮ଟାରେ ଦଲକ ଗାଁ ନିକଟ ଏକ ସ୍ଥାନରେ କେହି ଦୁର୍ବୃତ୍ତ ବାସୁଦେବଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲା । ତାଙ୍କ ଛାତିରେ ଗୋଟିଏ ଏବଂ ମୁଣ୍ଡରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ରାତି ପ୍ରାୟ ୯ଟାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ବେଗୁନିଆ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ ଘଟଣାସ୍ଥଳରେ ଗୋଟିଏ ଖୋକା ଏବଂ ଏକ ବୁଲେଟ୍ ଗାଡ଼ି ଥୁଆ ହୋଇଥିବା ପୁଲିସ ଦେଖିବାକୁ ପାଇଛି। ତେଣୁ ୨ ଦୁର୍ବୃତ୍ତ ବୁଲେଟ୍ ଆସି ଗୁଳିମାଡ଼ ପରେ ଧରାପଡ଼ିବା ଭୟରେ ବୁଲେଟ୍ ଛାଡ଼ି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

20 Jan 2026 By Madhusudan Das

ବେଆଇନ ଖଣି କାରବାରକୁ ନେଇ ଖୋର୍ଦ୍ଧାରେ ଫୁଟିଲା ଗୁଳି ! ଜଣେ ବ୍ୟବସାୟୀ ମୃତ, ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା: ଗୁଳିମାଡରେ ବ୍ୟବସାୟୀଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଘଟିଛି ଗୁଳିକାଣ୍ଡ । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ। ଗତକାଲି ରାତିରେ ବାସୁଦେବ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଖୋକା ପଡ଼ିଛି । ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି । ପୋଲିସର ତଦନ୍ତ ଜାରି ରହିଛି । ବେଆଇନ ଖଣି କାରବାର ଘଟଣାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୮ଟାରେ ଦଲକ ଗାଁ ନିକଟ ଏକ ସ୍ଥାନରେ କେହି ଦୁର୍ବୃତ୍ତ ବାସୁଦେବଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲା । ତାଙ୍କ ଛାତିରେ ଗୋଟିଏ ଏବଂ ମୁଣ୍ଡରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ରାତି ପ୍ରାୟ ୯ଟାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ବେଗୁନିଆ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ ଘଟଣାସ୍ଥଳରେ ଗୋଟିଏ ଖୋକା ଏବଂ ଏକ ବୁଲେଟ୍ ଗାଡ଼ି ଥୁଆ ହୋଇଥିବା ପୁଲିସ ଦେଖିବାକୁ ପାଇଛି। ତେଣୁ ୨ ଦୁର୍ବୃତ୍ତ ବୁଲେଟ୍ ଆସି ଗୁଳିମାଡ଼ ପରେ ଧରାପଡ଼ିବା ଭୟରେ ବୁଲେଟ୍ ଛାଡ଼ି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।

https://www.thesakala.in/latest-odisha-news/a-businessman-died-in-firing-in-khordha/article-44136
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର