ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଡିଟୱା'

Deviprasad Mohanty Picture
Published On

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇଛି। ଏହାର ନାଁ ଡିଟୱା ରଖାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଏବେ ଏହା ଶ୍ରୀଲଙ୍କାର ପୋଟ୍ଟୁଭିଲ୍‌ ନିକଟବର୍ତୀ, ଯାହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଉତର-ଉତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହା ଉତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି। ଆଶନ୍ତା ୩୦ ତାରିଖ ବେଳକୁ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଓଡ଼ିଶା କେତେ ସୁରକ୍ଷିତ? ପ୍ରାଥମିକ ଆକଳନ ଅନୁଯାୟୀ, ବର୍ତମାନ ଓଡ଼ିଶା ଉପରେ ବଡ଼ ବାତ୍ୟା ବିଦ ନାହିଁ! ବାତ୍ୟା 'ଡିଟୱା' ଓଡ଼ିଶାରୁ ଦୂରରେ ରହି ତାମିଲନାଡୁ ଏବଂ ଆନ୍ଧ୍ର ଆଡକୁ ମୁହାଁଇବା ଦ୍ୱାରା ଉପକୂଳ ଓଡ଼ିଶା ବଡ଼ କ୍ଷତିରୁ ବର୍ତ୍ତିଯିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନ ପଡ଼ିଲେ ମଧ୍ୟ ୩୦ ତାରିଖ ପରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର