ଆଜିଠାରୁ ଶୀତ ଅଧିବେଶନ, ଅପରାହ୍ଣରେ ରାଷ୍ଟ୍ରପତିଙ୍କ ସମ୍ବୋଧନ...

Deviprasad Mohanty Picture
Published On

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବୁଧବାର ଉଭୟ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ନିଜ ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ମୁକାବିଲା ପାଇଁ ବ୍ୟାପକ ମାନସ ମନ୍ଥନ କରିଥିବା ବେଳେ ଗୃହରେ ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ନିଜ ନିଜର ବିଧାୟକଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀଙ୍କ ହାତରେ ଏକାଧିକ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ଓ ପୂର୍ବାପେକ୍ଷା  ସରକାରଙ୍କୁ ଆହୁରି ଶାଣିତ ଆକ୍ରମଣ କରାଯିବ ବୋଲି ଦୁଇ ବିରୋଧୀଦଳଙ୍କ ଘୋଷଣା ଅଧିବେଶନକୁ ସରଗରମ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ  ବିରୋଧୀଙ୍କ ତୀବ୍ର ବିରୋଧ ଓ ପ୍ରତିବାଦ ଯୋଗୁ ସାତ ଦିନିଆ ମୌସୁମୀ ଅଧିବେଶନ ଧୋଇ ଯାଇଥିବାବେଳେ ଶୀତ ଅଧିବେଶନରେ ବିଧାନସଭା ଉଷ୍ମ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ।  ଏହା ଓଡ଼ିଶା ବିଧାନସଭାରେ କୌଣସି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏହା ପ୍ରଥମ ଓ ଐତିହାସିକ ହେବ ବୋଲି କୁହାଯାଉଛି। ଏଥିପାଇଁ ସରକାର ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ  ପୂରା ଅଧିବେଶନରେ ସରକାରଙ୍କୁ ନାକେଦମ୍‌ କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି।  ରାଜ୍ୟରେ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀଙ୍କ ସମସ୍ୟା, ଧାନକିଣା ସମସ୍ୟା, ନିଯୁକ୍ତି କେଳେଙ୍କାରୀ, ଲଘୁ ଖଣିଜ ସମ୍ପଦ ଚୋରୀ, ବିଜୁଳି ସମସ୍ୟା, ଦରଦାମ ବୃଦ୍ଧି, ଦାଦନ ସମସ୍ୟାକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛନ୍ତି। ପ୍ରତିଟି ଘଟଣାରେ ସରକାରଙ୍କୁ ଜବାବ୍‌ ମଗାଯିବ। ସରକାର ଯଦି ଉତ୍ତର ନଦେଇ ପଳାୟନପନ୍ଥୀ ଭୂମିକା ଗ୍ରହଣ କରନ୍ତି, ଏହାର ତୀବ୍ର ବିରୋଧ କରାଯିବ ବୋଲି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଘୋଣୋ କରିଛନ୍ତି ।  ଅପରପକ୍ଷେ ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଗଠନମୂଳକ ଆଲୋଚନାକୁ ସରକାର ସ୍ୱାଗତ କରିବେ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

 ସୂଚନାଯୋଗ୍ୟ ଯେ, ଆସନ୍ତା ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ଅତିରିକ୍ତ ବଜେଟ ଉପରେ ଡିସେମ୍ବର ୪, ୫ ଓ ୬ ତାରିଖ ତିନିଦିନ ଧରି ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେବ। ୭ ତାରିଖ ଛୁଟି ଥିବାବେଳେ ୮ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଡିସେମ୍ବର ୩୧ ତାରିଖ ଯାଏଁ ମୋଟ ୨୯ ଦିନ ଗୃହ ଚାଲିବା ନେଇ ସ୍ଥିରୀକୃତ ହୋଇଛି। ଅପରପକ୍ଷେ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବାଚସ୍ପତି ସୁରମା ପାଢୀ ଶୀତ ଅଧିବେଶନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି।  

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

27 Nov 2025 By Deviprasad Mohanty

ଆଜିଠାରୁ ଶୀତ ଅଧିବେଶନ, ଅପରାହ୍ଣରେ ରାଷ୍ଟ୍ରପତିଙ୍କ ସମ୍ବୋଧନ...

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବୁଧବାର ଉଭୟ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ନିଜ ବିଧାୟକ ଦଳ ବୈଠକରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ମୁକାବିଲା ପାଇଁ ବ୍ୟାପକ ମାନସ ମନ୍ଥନ କରିଥିବା ବେଳେ ଗୃହରେ ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ନିଜ ନିଜର ବିଧାୟକଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀଙ୍କ ହାତରେ ଏକାଧିକ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ଓ ପୂର୍ବାପେକ୍ଷା  ସରକାରଙ୍କୁ ଆହୁରି ଶାଣିତ ଆକ୍ରମଣ କରାଯିବ ବୋଲି ଦୁଇ ବିରୋଧୀଦଳଙ୍କ ଘୋଷଣା ଅଧିବେଶନକୁ ସରଗରମ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ  ବିରୋଧୀଙ୍କ ତୀବ୍ର ବିରୋଧ ଓ ପ୍ରତିବାଦ ଯୋଗୁ ସାତ ଦିନିଆ ମୌସୁମୀ ଅଧିବେଶନ ଧୋଇ ଯାଇଥିବାବେଳେ ଶୀତ ଅଧିବେଶନରେ ବିଧାନସଭା ଉଷ୍ମ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ।  ଏହା ଓଡ଼ିଶା ବିଧାନସଭାରେ କୌଣସି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏହା ପ୍ରଥମ ଓ ଐତିହାସିକ ହେବ ବୋଲି କୁହାଯାଉଛି। ଏଥିପାଇଁ ସରକାର ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ  ପୂରା ଅଧିବେଶନରେ ସରକାରଙ୍କୁ ନାକେଦମ୍‌ କରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି।  ରାଜ୍ୟରେ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀଙ୍କ ସମସ୍ୟା, ଧାନକିଣା ସମସ୍ୟା, ନିଯୁକ୍ତି କେଳେଙ୍କାରୀ, ଲଘୁ ଖଣିଜ ସମ୍ପଦ ଚୋରୀ, ବିଜୁଳି ସମସ୍ୟା, ଦରଦାମ ବୃଦ୍ଧି, ଦାଦନ ସମସ୍ୟାକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛନ୍ତି। ପ୍ରତିଟି ଘଟଣାରେ ସରକାରଙ୍କୁ ଜବାବ୍‌ ମଗାଯିବ। ସରକାର ଯଦି ଉତ୍ତର ନଦେଇ ପଳାୟନପନ୍ଥୀ ଭୂମିକା ଗ୍ରହଣ କରନ୍ତି, ଏହାର ତୀବ୍ର ବିରୋଧ କରାଯିବ ବୋଲି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ଘୋଣୋ କରିଛନ୍ତି ।  ଅପରପକ୍ଷେ ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ପ୍ରତ୍ୟେକ ଗଠନମୂଳକ ଆଲୋଚନାକୁ ସରକାର ସ୍ୱାଗତ କରିବେ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

 ସୂଚନାଯୋଗ୍ୟ ଯେ, ଆସନ୍ତା ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ଅତିରିକ୍ତ ବଜେଟ ଉପରେ ଡିସେମ୍ବର ୪, ୫ ଓ ୬ ତାରିଖ ତିନିଦିନ ଧରି ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହେବ। ୭ ତାରିଖ ଛୁଟି ଥିବାବେଳେ ୮ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଡିସେମ୍ବର ୩୧ ତାରିଖ ଯାଏଁ ମୋଟ ୨୯ ଦିନ ଗୃହ ଚାଲିବା ନେଇ ସ୍ଥିରୀକୃତ ହୋଇଛି। ଅପରପକ୍ଷେ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବୁଧବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବାଚସ୍ପତି ସୁରମା ପାଢୀ ଶୀତ ଅଧିବେଶନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର