ଅନୁଗୁଳରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର

The Sakala Picture
Published On

ଅନୁଗୁଳ: ଅନୁଗୁଳରେ ଏନ୍‌କାଉଣ୍ଟର । ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ଆହତ । ଅପରାଧୀ କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଟାଉନ୍ ଥାନା ହନୁମାନ ବାଟିକା ନିକଟରେ କ୍ଷୀରୋଦ ନାୟକକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛି କୁଖ୍ୟାତ ଅପରାଧି କ୍ଷୀରୋଦ । କ୍ଷୀରୋଦ ନାଁରେ ୩୦ରୁ ଅଧିକ ମାମଲା ରହିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଛେଣ୍ଡିପଦା […]

ଅନୁଗୁଳ: ଅନୁଗୁଳରେ ଏନ୍‌କାଉଣ୍ଟର । ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ଆହତ । ଅପରାଧୀ କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଟାଉନ୍ ଥାନା ହନୁମାନ ବାଟିକା ନିକଟରେ କ୍ଷୀରୋଦ ନାୟକକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛି କୁଖ୍ୟାତ ଅପରାଧି କ୍ଷୀରୋଦ । କ୍ଷୀରୋଦ ନାଁରେ ୩୦ରୁ ଅଧିକ ମାମଲା ରହିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଟାଉନ ଥାନା ଅଧୀନରେ ଆସୁଥିବା କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା। କ୍ଷୀରୋଦ ନାୟକକୁ ଧରିବା ପାଇଁ ଛେଣ୍ଡିପଦା, ଅନୁଗୁଳ ଟାଉନ ପୋଲିସ ସହ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କ୍ଷୀରୋଦ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ପୋଲିସର ପାଲଟା ଜବାବରେ କ୍ଷୀରୋଦର ଡାହାଣ ଗୋଡ଼ରେ ବାଜିଛି ଗୁଳି ବାଜି ଆହତ ହୋଇଛି । ପୋଲିସ ଗୁରୁତର ଅବସ୍ଥାରେ କ୍ଷୀରୋଦକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। କ୍ଷୀରୋଦର ଘର ଛେଣ୍ଡିପଦା ଅଞ୍ଚଳ ଗୋଲାଗାଡ଼ିଆରେ ବୋଲି ଜଣାପଡିଛି। କ୍ଷୀରୋଦ ନାମରେ ଅନୁଗୁଳ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଅନେକ ମାମଲା ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର