ଆଦିବାସୀ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ଉର୍ମିଳା ଦିଦି

The Sakala Picture
Published On

ଅନୁଗୋଳ(ଶୁଭ୍ରରଞ୍ଜନ ଦାସ): ନାଁ ତାଙ୍କର ଉର୍ମିଳା। ଘର ଅନୁଗୁଳ ଜିଲ୍ଲା କାଶୀନାଥପୁର ଗାଁରେ। ଆଖପାଖ ପ୍ରାୟ ୩୦ଟି ଗାଁର ଆଦିବାସୀ ଲୋକଙ୍କ ପାଇଁ ସେ ଉର୍ମିଳା ଦିଦି। ଭତ୍ତା ମିଳିନି, କେମିତି ମିଳିବ? ଆବାସ ଯୋଜନାରେ କେମିତି ଘର ମିଳିବ। ଜଙ୍ଗଲ ଜମି ଅଧିକାରରେ କେମିତି ପଟ୍ଟା ମିଳିବ; ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଉର୍ମିଳା। ଜନସେବାର ଏହି ରାସ୍ତାଟିକୁ ସେ ବାଛି ନେଇଛନ୍ତି। ଅନେକ ସମୟରେ ସରକାର ସଚେତନ କରାଉଥିଲେ […]

ଅନୁଗୋଳ(ଶୁଭ୍ରରଞ୍ଜନ ଦାସ): ନାଁ ତାଙ୍କର ଉର୍ମିଳା। ଘର ଅନୁଗୁଳ ଜିଲ୍ଲା କାଶୀନାଥପୁର ଗାଁରେ। ଆଖପାଖ ପ୍ରାୟ ୩୦ଟି ଗାଁର ଆଦିବାସୀ ଲୋକଙ୍କ ପାଇଁ ସେ ଉର୍ମିଳା ଦିଦି। ଭତ୍ତା ମିଳିନି, କେମିତି ମିଳିବ? ଆବାସ ଯୋଜନାରେ କେମିତି ଘର ମିଳିବ। ଜଙ୍ଗଲ ଜମି ଅଧିକାରରେ କେମିତି ପଟ୍ଟା ମିଳିବ; ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଉର୍ମିଳା। ଜନସେବାର ଏହି ରାସ୍ତାଟିକୁ ସେ ବାଛି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅନେକ ସମୟରେ ସରକାର ସଚେତନ କରାଉଥିଲେ ଅବହେଳା, ଅଜ୍ଞତା ପାଇଁ ଲୋକେ ଜାଣି ପାରନ୍ତି ନାହିଁ, ଗୋଟେ ଜନମଙ୍ଗଳକାରୀ ସରକାର ସେମାନଙ୍କ ପାଇଁ କଣ ସବୁ ସୁବିଧା ପ୍ରଦାନ କରୁଛନ୍ତି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପଣ ନେଇଛନ୍ତି ଉର୍ମିଳା। ଉର୍ମିଳାଙ୍କର ନିଜର ବୋଲି କହିଲେ କେବଳ ମାଆ। ଝାଟିମାଟିର ଘର। ଆର୍ଥିକ ଅନଟନ ସହ ସେ ବଢିଛନ୍ତି ଓ ବିଏ ଯାଏ ପଢ଼଼଼଼ିଛନ୍ତି। ବୟସ ମାତ୍ର ୨୩। ତାଙ୍କ ବୟସର ଝିଅମାନଙ୍କ ଭଳି ସେ ନୁହନ୍ତି। ନିଜେ ଅଭାବରେ ଥିଲେ ମଧ୍ୟ କେମିତି ଲୋକମାନେ ବିଭିନ୍ନ ସରକାରୀ ଯୋଜନା, ଆଇନର ସୁବିଧା ପାଇବେ ସେଥିପାଇଁ ନିଜ ଗାଁ ସମେତ ସ୍ଥାନୀୟ ମଇମୁରା ଓ ଠାକୁରଗଡ଼ ପଞ୍ଚାୟତର ପ୍ରାୟ ୩୦ ଜଙ୍ଗଲ ଅଧ୍ୟୁଷିତ ଗାଁରେ ସଚେତନତା ସୃଷ୍ଟି କରିଆସୁଛନ୍ତି। ଏ ସବୁ ଗାଁରେ ୯୦ ପ୍ରତିଶତ ଆଦିବାସୀ। ସରକାରୀ ସୁବିଧା କେବଳ ଉର୍ମିଳାଙ୍କ ପାଇଁ ପାଇଥିବା ଏ ଅପହଞ୍ଚ ଇଲାକାରେ ଲୋକେ କୁହନ୍ତି। ଆବଶ୍ୟକ ପଡ଼ିଲେ ଲୋକଙ୍କର ସମସ୍ତ କାଗଜପତ୍ର ନେଇ ନିଜେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଆନ୍ତି। ତାଙ୍କର ଅବିଶ୍ରାନ୍ତ ସେବା ପାଇଁ ଶହ ଶହ ଲୋକ ଉପକୃତ ହୋଇଛନ୍ତି। ୬/୭ବର୍ଷ ହେଲା ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି ଉର୍ମିଳା। ଏଥିରେ ହିଁ ତାଙ୍କର ଆନନ୍ଦ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅକ୍ଲାନ୍ତ ଉଦ୍ୟମ କରି ଆସୁଛନ୍ତି। ଜଙ୍ଗଲରେ ନିଆଁ ଲାଗିଲେ ମହିଳାମାନଙ୍କୁ ନେଇ ନିଜେ ନିଆଁ ଲିଭାଉଛନ୍ତି। ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମକୁ କଣ ସତର୍କତା ଅବଲମ୍ୱନ କରିବାକୁ ହେବ ସଚେତନ କରାଉଛନ୍ତି। ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ସେ ସଚେତନ କରାଉଛନ୍ତି। ଏହାର ସୁଫଳ ମଧ୍ୟ ମିଳିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଉର୍ମିଳା କୁହନ୍ତି, ‘ଆମ ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ। ଏଠାରେ ମୋବାଇଲ ସେବା ଆଦୌ ନାହିଁ। ସରକାର ଏବେ ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମରେ କରୁଛନ୍ତି। ଏଭଳି ସ୍ଥିତିରେ ଏଠାକାର ଲୋକେ କିଛି ଜାଣି ପାରୁ ନାହାନ୍ତି। ତେଣୁ ମୁଁ ଲୋକଙ୍କୁ ସବୁ ଯୋଜନା ସମ୍ପର୍କରେ ଜଣାଉଛି। ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଉଛି। ଯାହାର ଉପକାର ସେମାନେ ପାଇ ପାରୁଛନ୍ତି’। ଅଞ୍ଚଳର କାଞ୍ଚନ ନାଏକ, ସମ୍ୱାରି ଭୋଇ ଏବଂ ସାମାଜିକ କର୍ମୀ ପ୍ରସନ୍ନ ସାହୁଙ୍କ ସମେତ ଅନେକ କୁହନ୍ତି ଉର୍ମିଳା ଅଞ୍ଚଳର ଗର୍ବ ଓ ଗୌରବ। ଲୋକଙ୍କୁ ଆଶାର କିରଣ ବାଣ୍ଟୁଛନ୍ତି। ଅଶିକ୍ଷା, ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆଦିର ମୁଳୋତ୍ପାଟନ ପାଇଁ କାମ କରୁଛନ୍ତି। ସେ ନଥିଲେ ଲୋକେ କୌଣସି ସରକାରୀ ଯୋଜନା ସମ୍ପର୍କରେ ଜାଣି ପାରି ନଥାନ୍ତେ।

26 Mar 2023 By The Sakala

ଆଦିବାସୀ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ଉର୍ମିଳା ଦିଦି

ଅନୁଗୋଳ(ଶୁଭ୍ରରଞ୍ଜନ ଦାସ): ନାଁ ତାଙ୍କର ଉର୍ମିଳା। ଘର ଅନୁଗୁଳ ଜିଲ୍ଲା କାଶୀନାଥପୁର ଗାଁରେ। ଆଖପାଖ ପ୍ରାୟ ୩୦ଟି ଗାଁର ଆଦିବାସୀ ଲୋକଙ୍କ ପାଇଁ ସେ ଉର୍ମିଳା ଦିଦି। ଭତ୍ତା ମିଳିନି, କେମିତି ମିଳିବ? ଆବାସ ଯୋଜନାରେ କେମିତି ଘର ମିଳିବ। ଜଙ୍ଗଲ ଜମି ଅଧିକାରରେ କେମିତି ପଟ୍ଟା ମିଳିବ; ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଉର୍ମିଳା। ଜନସେବାର ଏହି ରାସ୍ତାଟିକୁ ସେ ବାଛି ନେଇଛନ୍ତି।

ଅନେକ ସମୟରେ ସରକାର ସଚେତନ କରାଉଥିଲେ ଅବହେଳା, ଅଜ୍ଞତା ପାଇଁ ଲୋକେ ଜାଣି ପାରନ୍ତି ନାହିଁ, ଗୋଟେ ଜନମଙ୍ଗଳକାରୀ ସରକାର ସେମାନଙ୍କ ପାଇଁ କଣ ସବୁ ସୁବିଧା ପ୍ରଦାନ କରୁଛନ୍ତି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପଣ ନେଇଛନ୍ତି ଉର୍ମିଳା। ଉର୍ମିଳାଙ୍କର ନିଜର ବୋଲି କହିଲେ କେବଳ ମାଆ। ଝାଟିମାଟିର ଘର। ଆର୍ଥିକ ଅନଟନ ସହ ସେ ବଢିଛନ୍ତି ଓ ବିଏ ଯାଏ ପଢ଼଼଼଼ିଛନ୍ତି। ବୟସ ମାତ୍ର ୨୩। ତାଙ୍କ ବୟସର ଝିଅମାନଙ୍କ ଭଳି ସେ ନୁହନ୍ତି। ନିଜେ ଅଭାବରେ ଥିଲେ ମଧ୍ୟ କେମିତି ଲୋକମାନେ ବିଭିନ୍ନ ସରକାରୀ ଯୋଜନା, ଆଇନର ସୁବିଧା ପାଇବେ ସେଥିପାଇଁ ନିଜ ଗାଁ ସମେତ ସ୍ଥାନୀୟ ମଇମୁରା ଓ ଠାକୁରଗଡ଼ ପଞ୍ଚାୟତର ପ୍ରାୟ ୩୦ ଜଙ୍ଗଲ ଅଧ୍ୟୁଷିତ ଗାଁରେ ସଚେତନତା ସୃଷ୍ଟି କରିଆସୁଛନ୍ତି। ଏ ସବୁ ଗାଁରେ ୯୦ ପ୍ରତିଶତ ଆଦିବାସୀ। ସରକାରୀ ସୁବିଧା କେବଳ ଉର୍ମିଳାଙ୍କ ପାଇଁ ପାଇଥିବା ଏ ଅପହଞ୍ଚ ଇଲାକାରେ ଲୋକେ କୁହନ୍ତି। ଆବଶ୍ୟକ ପଡ଼ିଲେ ଲୋକଙ୍କର ସମସ୍ତ କାଗଜପତ୍ର ନେଇ ନିଜେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଆନ୍ତି। ତାଙ୍କର ଅବିଶ୍ରାନ୍ତ ସେବା ପାଇଁ ଶହ ଶହ ଲୋକ ଉପକୃତ ହୋଇଛନ୍ତି। ୬/୭ବର୍ଷ ହେଲା ନିରବଚ୍ଛିନ୍ନ ଭାବେ କାମ କରି ଆସୁଛନ୍ତି ଉର୍ମିଳା। ଏଥିରେ ହିଁ ତାଙ୍କର ଆନନ୍ଦ।

ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ ଅକ୍ଲାନ୍ତ ଉଦ୍ୟମ କରି ଆସୁଛନ୍ତି। ଜଙ୍ଗଲରେ ନିଆଁ ଲାଗିଲେ ମହିଳାମାନଙ୍କୁ ନେଇ ନିଜେ ନିଆଁ ଲିଭାଉଛନ୍ତି। ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମକୁ କଣ ସତର୍କତା ଅବଲମ୍ୱନ କରିବାକୁ ହେବ ସଚେତନ କରାଉଛନ୍ତି। ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ସେ ସଚେତନ କରାଉଛନ୍ତି। ଏହାର ସୁଫଳ ମଧ୍ୟ ମିଳିବାରେ ଲାଗିଛି।

ଉର୍ମିଳା କୁହନ୍ତି, ‘ଆମ ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ। ଏଠାରେ ମୋବାଇଲ ସେବା ଆଦୌ ନାହିଁ। ସରକାର ଏବେ ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମରେ କରୁଛନ୍ତି। ଏଭଳି ସ୍ଥିତିରେ ଏଠାକାର ଲୋକେ କିଛି ଜାଣି ପାରୁ ନାହାନ୍ତି। ତେଣୁ ମୁଁ ଲୋକଙ୍କୁ ସବୁ ଯୋଜନା ସମ୍ପର୍କରେ ଜଣାଉଛି। ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଉଛି। ଯାହାର ଉପକାର ସେମାନେ ପାଇ ପାରୁଛନ୍ତି’। ଅଞ୍ଚଳର କାଞ୍ଚନ ନାଏକ, ସମ୍ୱାରି ଭୋଇ ଏବଂ ସାମାଜିକ କର୍ମୀ ପ୍ରସନ୍ନ ସାହୁଙ୍କ ସମେତ ଅନେକ କୁହନ୍ତି ଉର୍ମିଳା ଅଞ୍ଚଳର ଗର୍ବ ଓ ଗୌରବ। ଲୋକଙ୍କୁ ଆଶାର କିରଣ ବାଣ୍ଟୁଛନ୍ତି। ଅଶିକ୍ଷା, ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଆଦିର ମୁଳୋତ୍ପାଟନ ପାଇଁ କାମ କରୁଛନ୍ତି। ସେ ନଥିଲେ ଲୋକେ କୌଣସି ସରକାରୀ ଯୋଜନା ସମ୍ପର୍କରେ ଜାଣି ପାରି ନଥାନ୍ତେ।

https://www.thesakala.in/latest-odisha-news/angul/angul-districts-urmila-didi-is-the-medium-of-bringing-the-government-schemes-to-the-tribal-people/article-20153
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର