ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ, ନିଲମ୍ବନ ହଟାଇ ସୁସ୍ଥ ବାତାବରଣରେ ବିଧାନସଭା ଚାଲୁ : ବିଜେଡି

The Sakala Picture
Published On

ଭୁବନେଶ୍ବର : ଜିଦ୍‌ରୁ ହଟୁନାହାନ୍ତି ବିରୋଧୀ, ଶାସକ ବି ନଇଁବାକୁ ନାରାଜ। ପରିଣତିସ୍ୱରୂପ ବିଧାନସଭା ଅଚଳ; ବାରମ୍ବାର ବାଧାପ୍ରାପ୍ତ ହେଉଛି ପ୍ରଶ୍ନକାଳ ଓ ଶୂନ୍ୟକାଳ। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ୭ ତାରିଖରୁ ଆରମ୍ଭ ହେବାପରେ ଆଜି ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଆଉ ଏହାରି ମଧ୍ୟରେ ଆଜି କଂଗ୍ରେସର  ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ପାଇଁ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ […]

ଭୁବନେଶ୍ବର : ଜିଦ୍‌ରୁ ହଟୁନାହାନ୍ତି ବିରୋଧୀ, ଶାସକ ବି ନଇଁବାକୁ ନାରାଜ। ପରିଣତିସ୍ୱରୂପ ବିଧାନସଭା ଅଚଳ; ବାରମ୍ବାର ବାଧାପ୍ରାପ୍ତ ହେଉଛି ପ୍ରଶ୍ନକାଳ ଓ ଶୂନ୍ୟକାଳ। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ୭ ତାରିଖରୁ ଆରମ୍ଭ ହେବାପରେ ଆଜି ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଆଉ ଏହାରି ମଧ୍ୟରେ ଆଜି କଂଗ୍ରେସର  ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ପାଇଁ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗ ପରେ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି କଂଗ୍ରେସର ବାକି ସମସ୍ତ ବିଧାୟକ ନିଲମ୍ବିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ପଏଣ୍ଟ ଅଫ୍‌ ଅର୍ଡର ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପଏଣ୍ଟ ଅଫ ଅଡର ଜରିଆରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କଂଗ୍ରେସ ଦଳର ଆଚରଣ ଉଚ୍ଚାରଣକୁ ଆମେ ଗ୍ରହଣ କରୁନାହୁ। କିନ୍ତୁ ବାଚସ୍ପତି ମହୋଦୟ ଆପଣ ଯେଉଁ ନିଲମ୍ବନ କରିଛନ୍ତି ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ଏହାକୁ ପୁନର୍ବିଚାର କରାଯାଉ। ମୁଖ୍ୟମନ୍ତ୍ରୀ ନୀରବ ଭାଙ୍ଗନ୍ତୁ। କଂଗ୍ରେସ ସଦସ୍ୟଙ୍କୁ ଡାକି ଆଲୋଚନା କରି ନିଲମ୍ବନ ଉପରେ ବିଚାର ହେଉ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସେହିପରି ପଏଣ୍ଟ ଅଫ ଅର୍ଡର ଜରିଆରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କଂଗ୍ରେସ ସଦସ୍ୟଙ୍କ ନିଲମ୍ବନ କୁ ପୁନର୍ବିଚାର କରାଯାଉ ବୋଲି ଦାବି କରିଛନ୍ତି। ରଣେନ୍ଦ୍ର ସ୍ୱାଇଁ କହିଛନ୍ତି ଗୃହରେ ବିରୋଧୀ ରାଜ୍ୟରେ ବଢ଼ି ଚାଲିଥିବା ଅପରାଧ ଓ ନାରୀ ନିର୍ଯାତନାକୁ ନେଇ ଆଲୋଚନା ଦାବି କରୁଛନ୍ତି। ଯଦି ପ୍ରଥମ ଦିନରୁ ଆଲୋଚନା ହୋଇଥାନ୍ତା, ଏ ପରିସ୍ଥିତି ହୋଇ ନଥାନ୍ତା। ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଉ। ବିନା ଆଲୋଚନା ଡରାଇବା ଠିକ ନୁହେଁ। ନିଲମ୍ବନ ନିର୍ଦ୍ଦେଶ ବି ଫାଶୀ ଦଣ୍ଡ ସଦୃଶ।  ଗୃହ କାହାକୁ ନେଇ ଚାଲିବ? ମୁଖ୍ୟମନ୍ତ୍ରୀ ଓ ସବୁ ନେତାଙ୍କୁ ଚ୍ୟାମ୍ବରକୁ ଡାକନ୍ତୁ ବାଚସ୍ପତି। ସମସ୍ତଙ୍କୁ ଶୁଣନ୍ତୁ, ତାହା ପରେ ଯାହା ନିଷ୍ପତ୍ତି ନେବେ।

ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଏହା ଦୁଃଖଦାୟକ ସ୍ଥିତି। ବାଚସ୍ପତିଙ୍କ ନିଷ୍ପତ୍ତି ଏକ ବିବାଦୀୟ ଅଧ୍ୟାୟ ହୋଇ ରହିଯିବ। ମୁଁ କଂଗ୍ରେସ ଆଚରଣକୁ ନିନ୍ଦା କରୁଛୁ, ହେଲେ ଅପରାଧ ତୁଳନାରେ ଦଣ୍ଡ ବଢ଼ି ଗଲା। ଆଲୋଚନା କାହିଁକି ନିଷ୍ଫଳ ହେଲା? କଂଗ୍ରେସ ବିଧାୟକ ଦାବି କଲେ ନାରୀ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ। ଦୀର୍ଘ ଦିନ ଧରି ଯେବେ ଏହା ଶୁଣା ଗଲା ନାହିଁ, ସେମାନେ ଗୃହ କମିଟି ପାଇଁ ଦାବି କଲେ। ବର୍ତମାନ ନେଡି ଗୁଡ଼ କହୁଣୀ ତଳକୁ ଖସି ଗଲା। ମୁଖ୍ୟମନ୍ତ୍ରୀଙ୍କୁ ଡାକନ୍ତୁ, ବିରୋଧୀଙ୍କୁ ସୁଯୋଗ ଦିଆଯାଉ। ନିଲମ୍ବନ ହଟାଇ ସୁସ୍ଥ ବାତାବରଣ ସୃଷ୍ଟି ହେଉ ଏବଂ ବିଧାନସଭା ଚାଲୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର