ଧାନକିଣା ଅବ୍ୟବସ୍ଥା: ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା କୃଷକ ସଂଗଠନ

The Sakala Picture
Published On

ଜଗତସିଂହପୁର: ରାଜ୍ୟରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା କୃଷକ ସଂଗଠନ । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଜେଟ୍‌ ସଂପର୍କିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ପାଇଁ ଜଗତସିଂହପୁର ଆସିଥିବା ବେଳେ ଧାନର ଅଭାବି ବିକ୍ରୀ ପ୍ରସଙ୍ଗରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ତାଙ୍କୁ କିଛି ସମୟ ଘେରାଉ କରି ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆଦିକବି ସାରଳାଦାସ ସଂସ୍କୃତି ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ସାରି ଶ୍ରୀ ସିଂହଦେଓ ବାହାରକୁ ଆସିବା ମାତ୍ରେ କୃଷକ ସଂଗଠନର କର୍ମକର୍ତ୍ତାମାନେ […]

ଜଗତସିଂହପୁର: ରାଜ୍ୟରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା କୃଷକ ସଂଗଠନ । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଜେଟ୍‌ ସଂପର୍କିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ପାଇଁ ଜଗତସିଂହପୁର ଆସିଥିବା ବେଳେ ଧାନର ଅଭାବି ବିକ୍ରୀ ପ୍ରସଙ୍ଗରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ତାଙ୍କୁ କିଛି ସମୟ ଘେରାଉ କରି ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆଦିକବି ସାରଳାଦାସ ସଂସ୍କୃତି ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ସାରି ଶ୍ରୀ ସିଂହଦେଓ ବାହାରକୁ ଆସିବା ମାତ୍ରେ କୃଷକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ସମ୍ମୁଖକୁ ଚାଲି ଆସିଥିଲେ। ଚାଷୀମାନଙ୍କ ସମସ୍ୟା ଏବଂ ଧାନକିଣା ସମ୍ପର୍କରେ ଗତ ଜାନୁୟାରୀ ୨୭ତାରିଖରେ କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଭୁବନେଶ୍ୱରରେ ହୋଇଥିବା ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନାହିଁ ବୋଲି ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ପୁରୀରେ ନିଃଶୁଳ୍କ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

ଚଳିତବର୍ଷ ଧାନକ୍ରୟ ସମୟରେ କଟନି ଛଟନି ହେବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ମଣ୍ଡିରେ ମିଲର ରାଜ ଚାଲିଥିବା ଅଭିଯୋଗ କରିଥିଲେ କୃଷକ ନେତା ଦେବୀ ମହାରଣା। ଜଗତସିଂହପୁର ଜିଲ୍ଲାରେ ଚାଷୀଙ୍କ ଭଲ ଧାନକୁ ଖରାପ କହି ମିଲର୍‌ମାନେ ଚାଷୀଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ୫/୧୦ କିଲୋ ଧାନ କାଟ କରୁଥିବା ଉପ-ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସଂଗଠନର କର୍ମକର୍ତ୍ତା। ସେପଟେ ସରକାର କହୁଛନ୍ତି, ଚାଷୀ ଅତିରିକ୍ତ ୮ଶହ ଟଙ୍କା ପାଇ ଖୁସି ଅଛନ୍ତି। ପୂର୍ବରୁ କଟନି ଛଟନି ହେବ ନାହିଁ କହି ବାହାସ୍ପୋଟ ମାରୁଥିବା ବିଜେପି ସରକାର ବାସ୍ତବରେ ମିଲର ପାଖରେ ମୁଣ୍ଡ ବିକୁଥିବା ବେଳେ ଧାନକିଣା ପ୍ରକ୍ରିୟାରେ ପ୍ରଶାସନ ମଧ୍ୟ ମିଲର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି ବୋଲି କୃଷକ ସଂଗଠନ ଅଭିଯୋଗ ଉଠାଇଥିଲା। ପରେ ଏ ସଂପର୍କିତ ଏକ ଦାବିପତ୍ର ଉପ-ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍‌ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ

ଶ୍ରୀ ସିଂହଦେଓ କହିଥିଲେ, କୃଷକ ସଂଗଠନ ଦେଇଥିବା ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ବିଧାନସଭା ଚାଲିଥିବା ବେଳେ ଯେଉଁ ପ୍ରସ୍ତାବ ଆସିଛି (ମନ୍ତ୍ରୀ କୃଷକ ସଂଗଠନର କାର୍ଯ୍ୟାଳୟକୁ ଯାଇ ଆଲୋଚନା କରନ୍ତୁ), ତାହା ସମ୍ଭବ ନୁହେଁ। ପ୍ରାୟ ୧୦ ମିନିଟ୍‌ ଧରି କୃଷକ ନେତା ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଦଳର ନେତାମାନେ ଏଥିରେ ହସ୍ତକ୍ଷେପ କରିବା ସହ ଶ୍ରୀ ସିଂହଦେଓଙ୍କୁ ତାଙ୍କ ଗାଡ଼ି ନିକଟକୁ ପାଛୋଟି ନେଇଥିଲେ।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର