କରୋନା ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ

The Sakala Picture
Published On

କରୋନା ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ସୂଚନା ଅନୁସାରେ ତ୍ରିପୁରାରେ 90 ପ୍ରତିଶତ ଡେଲଟା ପ୍ଲସ୍ ଭେରିୟଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ […]

କରୋନା ତୃତୀୟ ଲହରର କାରଣ ହୋଇପାରେ ଲାମ୍ବାଡ଼ା ଓ ଡେଲଟା ପ୍ଲସ୍ ଭେରିୟଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ସୂଚନା ଅନୁସାରେ ତ୍ରିପୁରାରେ 90 ପ୍ରତିଶତ ଡେଲଟା ପ୍ଲସ୍ ଭେରିୟଣ୍ଟ ଚିହ୍ନଟ ହେଇଛନ୍ତି । ବର୍ତ୍ତମାନ ସେଠି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସେଥିପାଇଁ କୋଭିଡ ଗାଇଡ଼ ଲାଇନ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ । ଏଠି ଅନଲକ ପ୍ରକ୍ରିୟା ଜାରି ରହିବା ସହ କୋଭିଡ ନିୟମକୁ କଡାକଡି ଲାଗୁ କରାଯିବା ଦରକାର । ଲାମ୍ବାଡ଼ା ଭେରିୟଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ଅଧିକ ଚିହ୍ନଟ ହୋଇଥିଲା । ମାତ୍ର ଏହି ଭେରିୟଣ୍ଟ ଦ୍ୱାରା ପେରୁ ଅଧିକ ମୃତ୍ୟୁ ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖା ଯାଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇ ନାହିଁ । ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ଦରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର