ବସ୍‌, ଫଳକ, କ୍ଷୀର ପ୍ୟାକେଟ ପରେ ବଦଳିଲା ସ୍କୁଲ୍‌ ୟୁନିଫର୍ମ; ରଙ୍ଗ ବଦଳା ରାଜନୀତି ପାଇଁ ରାଜ୍ୟ ରାଜକୋଷ ଉପରେ ପଡ଼ୁଛି ବୋଝ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ପରେ କେବଳ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ନୁହେଁ; ପୂର୍ବରୁ ପ୍ରଚଳିତ ବିିଭିନ୍ନ ରଙ୍ଗକୁ ବି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରୀ ବସ୍‌ ସାଙ୍ଗକୁ, ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ ଓ ରାସ୍ତା କଡ଼ରେ ଲାଗିଥିବା ସରକାରୀ ସୂଚନା ଫଳକ ଆଦିର ରଙ୍ଗ ବଦଳା ଯାଇଛି। ଏପରିକି ପୂର୍ବର ସରକାରଙ୍କ ସମୟରେ ଲାଗିଥିବା ଜାଗା ମିଶନ ଓ ମୁକ୍ତା ଯୋଜନା କାର୍ଯ୍ୟକ୍ରମ ଫଳକରୁ ଶାଗୁଆ ରଙ୍ଗ ଲିଭାଇବାକୁ ଗେରୁଆ […]

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ପରେ କେବଳ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ନୁହେଁ; ପୂର୍ବରୁ ପ୍ରଚଳିତ ବିିଭିନ୍ନ ରଙ୍ଗକୁ ବି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରୀ ବସ୍‌ ସାଙ୍ଗକୁ, ଓମ୍‌ଫେଡ୍‌ କ୍ଷୀର ପ୍ୟାକେଟ ଓ ରାସ୍ତା କଡ଼ରେ ଲାଗିଥିବା ସରକାରୀ ସୂଚନା ଫଳକ ଆଦିର ରଙ୍ଗ ବଦଳା ଯାଇଛି। ଏପରିକି ପୂର୍ବର ସରକାରଙ୍କ ସମୟରେ ଲାଗିଥିବା ଜାଗା ମିଶନ ଓ ମୁକ୍ତା ଯୋଜନା କାର୍ଯ୍ୟକ୍ରମ ଫଳକରୁ ଶାଗୁଆ ରଙ୍ଗ ଲିଭାଇବାକୁ ଗେରୁଆ ପ୍ୟାଚ୍‌ ପକା ଯାଇଥିବା ଦେଖାଯାଇଛି। ପୂର୍ବ ସରକାରଙ୍କ ସରକାରୀ ଯୋଜନା, କାର୍ଯ୍ୟକ୍ରମ, ସରକାରୀ ସୌଧରୁ ନବୀନ ସରକାରଙ୍କ ଚିହ୍ନବର୍ଣ୍ଣ ଲିଭାଇବାକୁ ସରକାର ପୂରା ଦମ୍‌ରେ ଲାଗିଛନ୍ତି। ଏହା ମଧ୍ୟରେ ଏବେ ସରକାରୀ ସ୍କୁଲ ପିଲାଙ୍କ ୟୁନିଫର୍ମକୁ ବି ବଦଳାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ବିଜେଡି ସରକାର ଅମଳରେ ହୋଇଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଯୋଜନାର ନାମ ପରିବର୍ତ୍ତନ କରି ସରକାର ଏହାର ନବକଳେବର କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏହି ଅର୍ଥ ଅପଚୟକୁ ନେଇ ବିଭିନ୍ନ ମହଲରୁ ସରକାରଙ୍କୁ ସମାଲୋଚନା କରାଯାଉଛି। ମାତ୍ର ଏହାପ୍ରତି ବିଜେପି ସରକାରଙ୍କର ଆଦୌ ନିଘା ନାହିଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ନିକଟ ଅତୀତରେ ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ରଙ୍ଗ ପରିବର୍ତ୍ତନ ରାଜନୀତିକୁ ଖୋଲା ସମର୍ଥନ କରି ତାଙ୍କ ଦଳକୁ ଯେଉଁ ରଙ୍ଗ ଭଲ ଲାଗିବ ତାହା କରିବେ ବୋଲି ଘୋଷଣା କରି ପରୋକ୍ଷରେ ଏହା ପଛରେ ସୁଚିନ୍ତିତ ରାଜନୈତିକ ଷଡ଼ଯନ୍ତ୍ର ଥିବା ଆପାତତଃ ସ୍ୱୀକାର କରିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ଓ ସାଧାରଣ ଲୋକଙ୍କ ଦ୍ୱାରା ବହୁଳ ଆଦୃତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ନାମ ପରିବର୍ତ୍ତନ କରିଛନ୍ତି ଓ ଏହା ବଦଳରେ ଖୁବ୍‌ଶୀଘ୍ର ରାଜ୍ୟ ସରକାର ନୂଆ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାର ବିଏସ୍‌କେୱାଇ ଯୋଜନା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ପ୍ରଚଳନ କରିବେ। ବିଏସ୍‌କେୱାର ବଦଳରେ ଏହି ଜିଜେଏୱାଇ ପ୍ରଚଳନ କରି ହିତାଧିକାରୀମାନଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ଏହାର ପୁନଃ ବ୍ରାଣ୍ଡିଂ ସହିତ ଜଡିତ ଆର୍ଥିକ ଖର୍ଚ୍ଚ ପାଖାପାଖି ୫୦୦ କୋଟିରୁ ଅଧିକ ଟଙ୍କା ହୋଇପାରେ ବୋଲି ଆକଳନ କରାଯାଉଛି। ବିଏସ୍‌କେୱାଇ ବ୍ୟତୀତ ରାସନ କାର୍ଡର ମଧ୍ୟ ରଙ୍ଗବଦଳିବା ସହ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ପ୍ରଦାନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ବର୍ତ୍ତମାନ ଜାରି ରହିଥିବା କେୱାଇସି ପ୍ରକ୍ରିୟା ଶେଷ ପରେ ରାଜ୍ୟ ସରକାର କିଛି ନୂଆ ହିତାଧିକାରୀଙ୍କ ସହ ପୁରୁଣା ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହା ପୂର୍ବରୁ ଲକ୍ଷ୍ମୀ, ମୋ ସ୍କୁଲ, ମୋ କଲେଜ, ଆମ ଓଡ଼ିଶା ନବୀନ ଓଡ଼ିଶା, ମିଲେଟ୍‌ ମିଶନ ଭଳି ଯୋଜନାର ନାଁ ପରିବର୍ତ୍ତନ ପରେ ଏହି ଯୋଜନାର ପୁନଃ ପ୍ରଚଳନ ବା ବ୍ରାଣ୍ଡିଂ କରାଯାଉଛି। ସେହିପରି ଲକ୍ଷ୍ମୀ ଯୋଜନାରେ ଆସିଥିବା ପ୍ରାୟ ୧୪୦୦ ବସ୍‌ର ରଙ୍ଗ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଏହି କ୍ରମରେ ଢେଙ୍କାନାଳରେ କିଛି ବସ୍‌ର ଗେରୁଆ ରଙ୍ଗ ହୋଇସାରିଛି। ଏହା ବ୍ୟତୀତ ବିଭିନ୍ନ ଜିଲ୍ଲାର ବ୍ଲକ୍‌ୱାରୀ ବସ୍‌ ସେବା ବନ୍ଦ କରାଯାଇ ରଙ୍ଗ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଏହି ଆଧାରରେ ପର୍ଯ୍ୟାୟ କ୍ରମେ ଏହି ବସ୍‌ର ରଙ୍ଗ ପରିବର୍ତ୍ତନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ‘ଲକ୍ଷ୍ମୀ’, କାଳିଆ ଓ ମେକ୍‌ ଇନ୍‌ ଓଡ଼ିଶା ଭଳି ସର୍ବଜନାଦୃତ ଯୋଜନାର ନାମ ପରିବର୍ତ୍ତନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଜଗନ୍ନାଥ ସଂସ୍କୃତି ସହ ମା ଲକ୍ଷ୍ମୀ ଓ ଓଡ଼ିଶାର ନାମକୁ କାହିଁକି ବିଜେପି ସରକାର ଗ୍ରହଣ କରିପାରିଲେନି ତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ଆଉ ଏବେ ରଙ୍ଗ ପରିବର୍ତ୍ତନ ରାଜନୀତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ମହଲରୁ କଟୁ ସମାଲୋଚନାର ଶିକାର ହୋଇଛନ୍ତି ।

03 Oct 2024 By The Sakala

https://www.thesakala.in/latest-odisha-news/there-is-a-burden-on-the-state-treasury-for-color-change-politics/article-35600
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର