ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି

The Sakala Picture
Published On

ଭୁବନେଶ୍ୱର: ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ। ସେମାନେ ଗଳିକନ୍ଦିରେ ଭ୍ୟାନ୍‌ ଧରି ରାତି ସାରା ବୁଲିବେ। ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍‌ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା […]

ଭୁବନେଶ୍ୱର: ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ। ସେମାନେ ଗଳିକନ୍ଦିରେ ଭ୍ୟାନ୍‌ ଧରି ରାତି ସାରା ବୁଲିବେ। ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍‌ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ। ଗତ କିଛିଦିନ ହେବ ରାଜଧାନୀରେ ଘନ ଘନ ଚୋରି ଏବଂ ଲୁଟ୍‌ ବଢୁଥିବାରୁ ଏଭଳି ଅଭିନବ ଉପାୟ ପୁଲିସ ଆପଣାଇଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଅନେକ ଥାନା ଅଧିକାରୀ ରାତି ୧୧ଟାରୁ ଘରକୁ ପଳାଉଥିବା ଅଭିଯୋଗ ହେଉଥିଲା। ରାତି ଅଧରେ ତାଙ୍କ ଥାନା ଅଞ୍ଚଳରେ କିଛିବି ଅଘଟଣ ଘଟିଲେ ସେ ଜାଣିପାରୁ ନ ଥିଲେ। ଯେଉଁଥି ପାଇଁ ଥାନାରେ ଥିବା ଡିସିଓଙ୍କୁ ସୁପର୍‌ଭିଜନ କରିବାକୁ କେହି ରହୁନାହାନ୍ତି। ଏହାଦ୍ୱାରା କେଉଁଠି ଚୋରା ମଦ କାରବାର ହେଉଛି, କେଉଁଠି ବେଆଇନ୍‌ କାମ ହେଉଛି ସେ ଆଦି ସମ୍ପର୍କରେ ଥାନା ଅଧିକାରୀ ଅବଗତ ରହିବେ। ଯେଉଁ ପୁଲିସ ବାବୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନେକ ସମୟରେ ରାଜଧାନୀରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗାଡି ଅନ୍ଧାରୁଆ ସ୍ଥାନରେ ଲଗାଇ ଶୋଇ ପଡୁଥିବା ଭଳି ଅଭିଯୋଗ ହେଉଥିଲା। କିନ୍ତୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ଦ୍ୱାରା କର୍ମଚାରୀମାନେ ସଜାଗ ରହିବେ। ଥାନା ଅଧିକାରୀ ପାଟ୍ରୋଲିଂରେ ବୁଲିବା ଦ୍ୱାରା ତାଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନିପାରିବେ। ଏପରିକି ଲୋକଙ୍କ ସହ ଥାନା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଗଢ଼ି ଉଠିବ। ଯେଉଁଥି ପୁଲିସ ଉପରେ ଲୋକଙ୍କ ଭରସା ରହିବ। ପୁଲିସ ପ୍ରତି ଲୋକଙ୍କ ଯେଉଁ ଭୟ ରହୁଥିଲା ତାହା ମଧ୍ୟ ରହିବ ନାହିଁ। ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଯାହାଦ୍ୱାରା ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

26 Dec 2023 By The Sakala

ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି

ଭୁବନେଶ୍ୱର: ଏଣିକି ଥାନା ଅଧିକାରୀମାନେ ଆଉ ଥାନାରେ କେବଳ ବସି ରହିପାରିବେ ନାହିଁ। ଅନ୍ୟ କର୍ମଚାରୀ ଭଳି ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ। ସେମାନେ ଗଳିକନ୍ଦିରେ ଭ୍ୟାନ୍‌ ଧରି ରାତି ସାରା ବୁଲିବେ। ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍‌ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ। ଗତ କିଛିଦିନ ହେବ ରାଜଧାନୀରେ ଘନ ଘନ ଚୋରି ଏବଂ ଲୁଟ୍‌ ବଢୁଥିବାରୁ ଏଭଳି ଅଭିନବ ଉପାୟ ପୁଲିସ ଆପଣାଇଛି।

ଅନେକ ଥାନା ଅଧିକାରୀ ରାତି ୧୧ଟାରୁ ଘରକୁ ପଳାଉଥିବା ଅଭିଯୋଗ ହେଉଥିଲା। ରାତି ଅଧରେ ତାଙ୍କ ଥାନା ଅଞ୍ଚଳରେ କିଛିବି ଅଘଟଣ ଘଟିଲେ ସେ ଜାଣିପାରୁ ନ ଥିଲେ। ଯେଉଁଥି ପାଇଁ ଥାନାରେ ଥିବା ଡିସିଓଙ୍କୁ ସୁପର୍‌ଭିଜନ କରିବାକୁ କେହି ରହୁନାହାନ୍ତି। ଏହାଦ୍ୱାରା କେଉଁଠି ଚୋରା ମଦ କାରବାର ହେଉଛି, କେଉଁଠି ବେଆଇନ୍‌ କାମ ହେଉଛି ସେ ଆଦି ସମ୍ପର୍କରେ ଥାନା ଅଧିକାରୀ ଅବଗତ ରହିବେ। ଯେଉଁ ପୁଲିସ ବାବୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନେକ ସମୟରେ ରାଜଧାନୀରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗାଡି ଅନ୍ଧାରୁଆ ସ୍ଥାନରେ ଲଗାଇ ଶୋଇ ପଡୁଥିବା ଭଳି ଅଭିଯୋଗ ହେଉଥିଲା। କିନ୍ତୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ଦ୍ୱାରା କର୍ମଚାରୀମାନେ ସଜାଗ ରହିବେ। ଥାନା ଅଧିକାରୀ ପାଟ୍ରୋଲିଂରେ ବୁଲିବା ଦ୍ୱାରା ତାଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନିପାରିବେ। ଏପରିକି ଲୋକଙ୍କ ସହ ଥାନା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଗଢ଼ି ଉଠିବ। ଯେଉଁଥି ପୁଲିସ ଉପରେ ଲୋକଙ୍କ ଭରସା ରହିବ। ପୁଲିସ ପ୍ରତି ଲୋକଙ୍କ ଯେଉଁ ଭୟ ରହୁଥିଲା ତାହା ମଧ୍ୟ ରହିବ ନାହିଁ। ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଯାହାଦ୍ୱାରା ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର