ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ

The Sakala Picture
Published On

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୧୯୯୫ ମସିହାରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା […]

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୧୯୯୫ ମସିହାରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ ମାନ୍ୟବର କୋର୍ଟ । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

24 Jun 2023 By The Sakala

ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୧୯୯୫ ମସିହାରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ ।

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ ମାନ୍ୟବର କୋର୍ଟ । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର