ପୁଲିସ ପାଇଁ କଣ୍ଟା ସାଜିଛି କାଉଣ୍ଟର ମାମଲା

The Sakala Picture
Published On

ଭୁବନେଶ୍ୱର : କମିସନରେଟ୍‌‌ ପୁଲିସ ପାଇଁ ଅଡୁଆ ହେଉଛି କାଉଣ୍ଟର ମାମଲା। ନିଜକୁ ଆଇନ୍‌‌ ଫାଶରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଜାଣିଶୁଣି କାଉଣ୍ଟର ମାମଲା ଥାନାରେ କରୁଛନ୍ତି। ଯେଉଁଥି ପାଇଁ ଦୁଇଟି ମାମଲା ହେବା ଦ୍ୱାରା ଅଭିଯୁକ୍ତ ଖସିଯିବାର ଅଧିକ ସମ୍ଭାବନା ରହିଛି। ତେଣୁ ପୁଲିସ ଦୁଇଟି ମାମଲା ମଧ୍ୟରେ କେଉଁ ମାମଲାରେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ କରି ଜାଣିବା ପାଇଁ କାଠିକର ପାଠ ହେଉଛି। ଦୁଇ ଗୋଷ୍ଠୀ ପରସ୍ପର ସପକ୍ଷରେ ସାକ୍ଷୀ ଦେଉଥିବାରୁ ନିରପେକ୍ଷ […]

ଭୁବନେଶ୍ୱର : କମିସନରେଟ୍‌‌ ପୁଲିସ ପାଇଁ ଅଡୁଆ ହେଉଛି କାଉଣ୍ଟର ମାମଲା। ନିଜକୁ ଆଇନ୍‌‌ ଫାଶରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଜାଣିଶୁଣି କାଉଣ୍ଟର ମାମଲା ଥାନାରେ କରୁଛନ୍ତି। ଯେଉଁଥି ପାଇଁ ଦୁଇଟି ମାମଲା ହେବା ଦ୍ୱାରା ଅଭିଯୁକ୍ତ ଖସିଯିବାର ଅଧିକ ସମ୍ଭାବନା ରହିଛି। ତେଣୁ ପୁଲିସ ଦୁଇଟି ମାମଲା ମଧ୍ୟରେ କେଉଁ ମାମଲାରେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ କରି ଜାଣିବା ପାଇଁ କାଠିକର ପାଠ ହେଉଛି। ଦୁଇ ଗୋଷ୍ଠୀ ପରସ୍ପର ସପକ୍ଷରେ ସାକ୍ଷୀ ଦେଉଥିବାରୁ ନିରପେକ୍ଷ ସାକ୍ଷୀ ଯୋଗାଡ଼ କରିବା ପୁଲିସ ପକ୍ଷରେ କଷ୍ଟକର ହେଉଛି। ଏଭଳି ହେବା ଦ୍ୱାରା ପୁଲିସ ତଦନ୍ତ କରୁକରୁ ୬ମାସରୁ ଊର୍ଦ୍ଧ୍ବ ସମୟ ଗଡ଼ି ଯାଉଛି। ଫଳରେ ଅସଲ ଅଭିଯୁକ୍ତ ଗିରଫ ନ ହୋଇ ବାହାରେ ବୁଲିବା ଦ୍ୱାରା ପ୍ରମାଣ ନଷ୍ଟ କରିବା ସହ ଅଭିଯୋଗକାରୀଙ୍କୁ ଧମକାଉଥିବାର ନଜିର ରହିଛି। ମିଳିଥିବା ତଥ୍ୟ ଅନୁସାରେ, ଗତ ୧୫ ବର୍ଷରେ ୯ହଜାରରୁ ଊର୍ଦ୍ଧ୍ବ ମିସ୍‌‌ଲାନ୍ସ ମାମଲା ହୋଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ଯେଉଁଥିରେ ୩ହଜାର ମାମଲାରେ ଅଭିଯୁକ୍ତ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି। ଆହୁରି ମଧ୍ୟ ୯ହଜାର ମାମଲା ମଧ୍ୟରୁ ୫ହଜାର ମାମଲା ମିଛ ମାମଲା ହୋଇଥିବା ଜଣାପଡ଼ିଛି। ତେଣୁ ଏହି କାଉଣ୍ଟରମାମଲାକୁ ନେଇ ଅଡୁଆରେ ପୁଲିସ। ନିକଟରେ ଏଭଳି ଏକ ଘଟଣା ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ବୋତଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଟଙ୍କା ଧାର ନେଇଥିଲେ। ଟଙ୍କା ଦେଇଥିବା ବ୍ୟକ୍ତି ଟଙ୍କା ମାଗିବାରୁ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଅସଦାଚରଣ ଅଭିଯୋଗ କରିଥିଲେ। ଟଙ୍କା ମାଗିବାକୁ ଘରକୁ ଯାଇ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା କରି ତଦନ୍ତ କରିଥିଲା। ଏହିଭଳି ଭୁବନେଶ୍ୱରର ଅନେକ ଥାନାରେ ଏଭଳି ପ୍ରତିଦିନ ଏକାଧିକ କାଉଣ୍ଟର୍‌‌ ମାମଲା ହେଉଛି। ପୂର୍ବରୁ ଜଣେ ବ୍ୟକ୍ତି ନିଜ ଅଞ୍ଚଳରେ ବଦନାମ ହୋଇଥାଏ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ
ଥାନାରେ ଯେକୌଣସି ଅଭିଯୋଗ ହେଲେ ୨୪ ଘଣ୍ଟା ମଧ୍ୟରେ ମାମଲା ରୁଜୁକରି ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କାଉଣ୍ଟର ମାମଲାରେ ଫାଇଦା ନେଉଛନ୍ତି ଅଭିଯୁକ୍ତ। ଥାନାରେ ପୀଡ଼ିତା ଅଭିଯୋଗ କଲେ ଥାନାକୁ ଅଭିଯୁକ୍ତକୁ ଫୋନ୍‌‌ ଯାଇଥାଏ ଥାନାକୁ ଆସିବାକୁ। ଏହା ଜାଣିବା ପରେ ଅଭିଯୁକ୍ତ ଜାଣିଶୁଣି ଥାନାକୁ ଆସିବା ପୂର୍ବରୁ ଏକ କାହାଣୀ ଲେଖି ଥାନାରେ ଆଉ ଏକ ଅଭିଯୋଗ କରିଥାନ୍ତି। ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଗଲା ତେବେ ଠିକ୍‌‌ କଥା, ନ ହେଲେ ପୁଲିସ ଦୁଇଟି ମାମଲା ରୁଜୁ କରୁଛି।
ଦୋଛକିରେ ପୁଲିସ
ଅନେକ ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ଥାନାକୁ ଆସିଥାନ୍ତି। ଏପରିକି ଦୁଇ ପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥାଏ। ତେଣୁ ଏହି ସ୍ଥାନରେ ପୁଲିସ ଦୁଇ ପକ୍ଷଙ୍କୁ ଶାନ୍ତ କରିବା ପାଇଁ ଦୁଇଟି ମାମଲା କରିଥାଏ। ଆଉ ଏହି କାଉଣ୍ଟର ମାମଲାରେ ଦୁଇ ପକ୍ଷରୁ ଅଭିଯୁକ୍ତଙ୍କୁ ବାନ୍ଧି ଥାନାକୁ ପଠାଇଥାନ୍ତି। ଏଭଳି ହେବା ଦ୍ୱାରା ବସ୍ତି ଗଣ୍ଡଗୋଳ ଶାନ୍ତ ପଡ଼ିଥାଏ।
ଅଦାଲତରେ ଗଡ଼ୁଛି ମାମଲା
ଅନେକ କାଉଣ୍ଟର୍‌‌ ମାମଲାରେ ପୁଲିସ ଛୋଟ ଛୋଟ ଦଫା ଲଗାଇଥାଏ। ଯାହାକି ଥାନାରୁ ସିଆରପିସି ୪୧ ମାଧ୍ୟମରେ ବେଲ୍‌‌ ମିଳିଥାଏ। କିନ୍ତୁ ଅନେକ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଦୁଇ ଗୋଷ୍ଠୀ ଲୋକଙ୍କୁ ବାନ୍ଧି କୋର୍ଟ ପଠାଇଥାନ୍ତି। ଯେଉଁ ମାମଲା ଥାନାକୁ ବେଲ୍‌‌ ହେବାର କଥା ଅଯଥାରେ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଇ ସମୟ ନଷ୍ଟ କରୁଥିବାରୁ ବିଚାରପତି ବିରକ୍ତି ପ୍ରକାଶ କରୁଛନ୍ତି।
ଫସିଯାଉଛନ୍ତି ଭଦ୍ର ଲୋକ
ଅନେକ ସମୟରେ ଜାଣିଶୁଣି ମହିଳା ଏବଂ ଯୁବତୀ ଭଦ୍ର ବ୍ୟକ୍ତିଙ୍କ ନାମରେ ନିଜ ଫାଇଦା ପାଇଁ ମିଛ ମାମଲା କରିଥାନ୍ତି। ଫଳରେ ପୁଲିସ କୋର୍ଟଙ୍କୁ ନିର୍ଦ୍ଦେଶ ଆଧାରରେ ମାମଲା ରୁଜୁ କରି ଦିଏ। ମାମଲା ରୁଜୁ ପରେ ଉକ୍ତ ଭଦ୍ର ବ୍ୟକ୍ତି ବଦନାମ ହୋଇଥାଏ। ଯାହଫଳରେ ମାମଲାର ଫାଇନାଲ ରିପୋର୍ଟ କୋର୍ଟକୁ ଯିବା ପୂର୍ବରୁ ଜଣେ ବ୍ୟକ୍ତି ନିଜ ଅଞ୍ଚଳରେ ବଦନାମ ହୋଇଥାଏ।

13 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର