ଅନ୍ୟକୁ ଫସାଇବା ପାଇଁ ଅପରାଧର ମିଛ ନାଟକ ରଚୁଛନ୍ତି ଅଭିଯୋଗକାରୀ, ରାଜଧାନୀ ଥାନାରେ ୧୦ ବର୍ଷରେ ୪ଶହରୁ ଊର୍ଦ୍ଧ୍ବ ମିଛ ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର: ପୁଲିସକୁ ବାଟବଣା କରୁଛି ମିଛ ଅଭିଯୋଗ। ଅଭିଯୋଗକାରୀ ଅନ୍ୟକୁ ଫସାଇବା ପାଇଁ ଅପରାଧର ମିଛ ନାଟକ ରଚି ଥାନାରେ ମିଛ ଅଭିଯୋଗ କରୁଛନ୍ତି। ଯେଉଁଥିପାଇଁ ପୁଲିସ ଚାପରେ ଆସି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରୁଛି। ପୁଲିସ ତଦନ୍ତ କରିବା ପରେ କରାଯାଇଥିବା ଅଭିଯୋଗ ମିଛ ବୋଲି ଜଣାପଡ଼ିଛି। ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ୍‍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଯେଉଁଥିପାଇଁ […]

ଭୁବନେଶ୍ୱର: ପୁଲିସକୁ ବାଟବଣା କରୁଛି ମିଛ ଅଭିଯୋଗ। ଅଭିଯୋଗକାରୀ ଅନ୍ୟକୁ ଫସାଇବା ପାଇଁ ଅପରାଧର ମିଛ ନାଟକ ରଚି ଥାନାରେ ମିଛ ଅଭିଯୋଗ କରୁଛନ୍ତି। ଯେଉଁଥିପାଇଁ ପୁଲିସ ଚାପରେ ଆସି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରୁଛି। ପୁଲିସ ତଦନ୍ତ କରିବା ପରେ କରାଯାଇଥିବା ଅଭିଯୋଗ ମିଛ ବୋଲି ଜଣାପଡ଼ିଛି। ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ୍‍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଯେଉଁଥିପାଇଁ ଏଭଳି ମିଛ ଅଭିଯୋଗ ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷରେ ରାଜଧାନୀର ବିଭିନ୍ନ ଥାନାରେ ୪ଶହରୁ ଊର୍ଦ୍ଧ୍ବ ଅଭିଯୋଗ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ପୁଲିସର ମନେ ପଡୁଛି ଆଇପିସି ୨୧୧:-
ଅଭିଯୋଗକାରୀ ମିଛ ଅପରାଧର ନାଟକ ରଚି ଥାନାରେ ଅଭିଯୋଗ କଲେ ପୁଲିସ ତାଙ୍କ ବିରୋଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଆଇପିସି ୨୧୧ ଧାରା ଅନୁସାରେ ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁକରି ଜେଲ୍‍ ପଠାଇ ପାରିବ। ମିଛ ଅପରାଧ ନାଟକ ରଚିଥିବା ବ୍ୟକ୍ତିଙ୍କୁ କୋର୍ଟରେ ୨ବର୍ଷ ସଜା ସହ ଜରିମାନାର ବ୍ୟବସ୍ଥା ରହିଛି। ଯଦି ଏଭଳି ମିଛ ଅପରାଧ ନାଟକ ଯୋଗୁଁ କାହାର ମୃତ୍ୟୁ ହେଲା ତେବେ ମିଛ ଅଭିଯୋଗକାରୀଙ୍କୁ ଆଜୀବନ ଦଣ୍ଡ ମିଳିବାର ଆଇପିସିରେ ଉଲ୍ଲେଖ ରହିଛି। କିନ୍ତୁ ମିଛ ଅଭିଯୋଗକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉନି।

‘ଡେଲିଭରୀ ବଏ’ର ମିଛ ଅପହରଣ ନାଟକ:-
ଏୟାରଫିଲ୍ଡ ଥାନା ଅଞ୍ଚଳରେ ୨୦୨୧ରେ ଡେଲିଭରୀ ବଏ ପତିତପାବନ ପୃଷ୍ଟି ରଚିଥିଲେ ମିଛ ଅପହରଣ ନାଟକ। ସେ ପ୍ରଥମେ ତାଙ୍କ ସ୍ତ୍ରୀକୁ ଫୋନ୍‍ କରି ତାଙ୍କ ବେକରେ କେହି ଛୁରୀ ଦେଖାଇ ଗାଡ଼ିରେ କୁଆଡ଼େ ନେଇଯାଉଥିବା କହିଥିଲେ। ଏହାପରେ ତାର ଫୋନ୍‍ ବନ୍ଦ ହୋଇଯାଇଥିଲା। ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ପତିତପାବନ ରଚିଥିଲେ ମିଛ ନାଟକ। ସେ ଅପହରଣ କରାଯାଇଥିବା ସ୍ଥାନରେ ଛୁରୀ, ଚପଲ ଆଦି ଜାଣିଶୁଣି ପକାଇଥିଲେ। ସେ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କ ସହ ମଧ୍ୟପ୍ରଦେଶ ଟ୍ରେନ୍‍ ଯୋଗେ ଯାଇଥିଲେ। ସେଠାରୁ ପୁଲିସ ତାଙ୍କୁ ଧରିଥିଲା।

ଛାତ୍ରର ବାପା ରଚିଥିଲେ ଅପହରଣ ନାଟକ:-
ଗତ ଅଗଷ୍ଟ ୨୨ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ କଲେଜରେ ପଢୁଥିବା ଛାତ୍ର ହୃଦେଶ ପଣ୍ଡାଙ୍କ ବାପା ରଚିଥିଲେ ମିଛ ଅପହରଣ ନାଟକ। କଲେଜର ୯୦ ହଜାର ଟଙ୍କାର ଫି’ ଦେବାର ଥିଲା। କିନ୍ତୁ ହୃଦେଶଙ୍କ ବାପା କୌଣସି କାରଣ ପାଇଁ ଦେଇ ନ ଥିଲେ। ତେଣୁ ଏହି ଫି’ ଫାଙ୍କିବା ପାଇଁ ସେ ମିଛ ନାଟକ କରିଥିଲେ। ସେ ତାଙ୍କ ପୁଅକୁ ନେଇ ଏକ ହୋଟେଲରେ ରହିଥିଲେ। ପରେ ତାଙ୍କ ପୁଅକୁ ଘରକୁ ପଠାଇ କଲେଜ ଅଧ୍ୟକ୍ଷ ନାଁରେ ଥାନାରେ ମିଛ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ମିଛ ଧରାପଡ଼ିଥିଲେ ମଧ୍ୟ ଅଭିଯୋଗକାରୀଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା।

ମିଛ ଦୁଷ୍କର୍ମ ନାଟକ ରଚିଥିଲେ ଯୁବତୀ:-
ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଇବା ପାଇଁ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ମିଛ ଦୁଷ୍କର୍ମ ନାଟକ ରଚିଥିଲେ। ଜଟଣୀରୁ ଫେରିବା ସମୟରେ ତାଙ୍କୁ ଏକ କାର୍‍ରେ ଟେକି ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପଛରେ ତାଙ୍କ ରାଗ ଥିବା ବ୍ୟକ୍ତିଙ୍କ ନାମ ଦେଇଥିଲେ। ପୁଲିସ ଯୁବତୀଙ୍କୁ ଡାକ୍ତରୀ ମାଇନା ଏବଂ ସିଡିଆର୍‍ ରିପୋର୍ଟ ମଗାଇବା ପରେ ସତ ଧରାପଡ଼ିଲା।

ସ୍ତ୍ରୀ ଗାଳି ନ ଶୁଣିବା ପାଇଁ ମିଛ ଲୁଟ୍‍ ନାଟକ:-
ସ୍ତ୍ରୀ ଘରେ ଲୁଚାଇ ରଖିଥିବା ଟଙ୍କା ଧରି ପଳାଇ ଆସିଥିଲେ ରେଣ୍ଟାଲରେ ରହୁଥିବା କୃଷ୍ଣ ନାୟକ। ସେ ଏହି ଟଙ୍କାରେ ମଦ ପିଇବା ସହ ଅନ୍ୟାନ୍ୟ ଖର୍ଚ୍ଚ କରି ଦେଇଥିଲେ। କିନ୍ତୁ ସ୍ତ୍ରୀ ଗାଳିଗୁଲଜଠାରୁ ବର୍ତ୍ତିବା ପାଇଁ ମିଛ ଲୁଟ୍‍ ନାଟକ କରିଥିଲେ କୃଷ୍ଣ। ଏକ ବ୍ଲେଡ୍‍ ଆଣି ନିଜ ପୋଷାକ ଚିରିବା ସହ ଦୁର୍ବୃତ୍ତ ଖଣ୍ଡା ଦେଖାଇ ୫ ହଜାର ଲୁଟି ନେଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍‍ ଯାଞ୍ଚ କରିବା ପରେ ତାଙ୍କର ମିଛ ଧରାପଡ଼ିଥିଲା।

ପୁଲିସର ସମୟ ବର୍‍ବାଦ:-
ଥାନାରେ ଏକାଧିକ ମିଛ ଅଭିଯୋଗ ହେଉଛି। ଯେଉଁଥିପାଇଁ ପୁଲିସ ବିଭିନ୍ନ ଚାପରେ ଆସି ମାମଲା ରୁଜୁ କରୁଛି। ହେଲେ ତଦନ୍ତ କରିବା ପରେ ତାହା ମିଛ ଧରାପଡୁଛି। ଏଭଳି ମିଛ ଅଭିଯୋଗ ହେଉଥିବାରୁ ଅଯଥାରେ ପୁଲିସର ସମୟ ନଷ୍ଟ ହେଉଛି। ଏହି ସମୟରେ ପୁଲିସ ଅନ୍ୟର ସତ୍ୟ ମାମଲାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେଇ ପାରିଥାନ୍ତି। କିନ୍ତୁ ଅଯଥା ପୁଲିସ ସମୟ ନଷ୍ଟ ହେଉଛି।

ଗଞ୍ଜେଇ ମାଫିଆଙ୍କ ସ୍ତ୍ରୀଙ୍କ ମିଛ ଅପହରଣ ନାଟକ:-
୨୦୨୧ ଜୁଲାଇ ମାସରେ ଚନ୍ଦ୍ରଶେଖରପୁର ଥାନାରେ ଜଣେ ମହିଳାଙ୍କ ସ୍ୱାମୀକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅପହରଣକାରୀ ୬ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‍ ମାଗୁଥିବା ଅଭିଯୋଗ କରିଥିଲେ ମହିଳା। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଜଣାପଡ଼ିଥିଲା କି ମହିଳାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ମାଫିଆ। ସେ ତାଙ୍କ ସହଯୋଗୀ ସହ ଗଞ୍ଜେଇ ବ୍ୟବସାୟ କରେ। ତେଣୁ ତାର ସହଯୋଗୀଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ଥିଲା। ତେଣୁ ଟଙ୍କା ନଦେବା ପାଇଁ ଏଭଳି ମିଛ ନାଟକ କରିଥିବା ଜଣାପଡ଼ିଥିଲା।

18 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର