ଅବପାତ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି, ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ […]

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସବୁ ସ୍ଥାନରେ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ । ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ଟିମ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବରରୁ ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ବଡ ଚ୍ୟାଲେଞ୍ଜ ରହିଛି । ପ୍ରବଳ ବର୍ଷାରେ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ବାରିପଦାଠୁ ବର୍ତ୍ତମାନ ୩୦ କିଲୋମିଟର ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏଣେ ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ସେପଟେ ପ୍ରବଳ ବର୍ଷାକୁ ଦେଖି ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

20 Aug 2022 By The Sakala

ଅବପାତ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି, ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି । ଗଭୀର ଅବପାତ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ସବୁ ସ୍ଥାନରେ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ । ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ଟିମ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବରରୁ ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ବଡ ଚ୍ୟାଲେଞ୍ଜ ରହିଛି । ପ୍ରବଳ ବର୍ଷାରେ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରିପଦାଠୁ ବର୍ତ୍ତମାନ ୩୦ କିଲୋମିଟର ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏଣେ ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ସେପଟେ ପ୍ରବଳ ବର୍ଷାକୁ ଦେଖି ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର