ଆଦିବାସୀ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ: ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତରୁ ତଳକୁ ଡେଇଁଲେ ନାବାଳିକା, ୫ ଅଟକ

The Sakala Picture
Published On

ଦାନଗଦି: ସ୍କୁଲ ଘରେ ଆଶ୍ରୟ ଦେବାକୁ କହି ଭାଇ-ଭଉଣୀଙ୍କୁ ଡାକିନେଇ ଭାଇକୁ ମାଡ଼ ମାରିବା ସହ ନାବାଳିକା ଭଉଣୀକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି କଳିଙ୍ଗନଗର ଥାନା ଅଞ୍ଚଳ ଝୁମ୍ପାଣ ଗାଁରେ। ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ତିଲଝରି ଗ୍ରାମର ଦୁଇ ଅନାଥ ଭାଇ ଭଉଣୀ ଟାଟା ଖଣି ଅଞ୍ଚଳରେ ବିବାହ କରିଥିବା ବଡ ଭଉଣୀ ଘରକୁ  ଯାଉଥିବା ବେଳେ ରବିବାର ସନ୍ଧ୍ୟାରେ ଡୁବୁରୀ ଛକରେ ଗାଡି ଧରିବାକୁ ଅପେକ୍ଷା […]

ଦାନଗଦି: ସ୍କୁଲ ଘରେ ଆଶ୍ରୟ ଦେବାକୁ କହି ଭାଇ-ଭଉଣୀଙ୍କୁ ଡାକିନେଇ ଭାଇକୁ ମାଡ଼ ମାରିବା ସହ ନାବାଳିକା ଭଉଣୀକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି କଳିଙ୍ଗନଗର ଥାନା ଅଞ୍ଚଳ ଝୁମ୍ପାଣ ଗାଁରେ।
ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ତିଲଝରି ଗ୍ରାମର ଦୁଇ ଅନାଥ ଭାଇ ଭଉଣୀ ଟାଟା ଖଣି ଅଞ୍ଚଳରେ ବିବାହ କରିଥିବା ବଡ ଭଉଣୀ ଘରକୁ  ଯାଉଥିବା ବେଳେ ରବିବାର ସନ୍ଧ୍ୟାରେ ଡୁବୁରୀ ଛକରେ ଗାଡି ଧରିବାକୁ ଅପେକ୍ଷା କରିଥିଲେ। ତୁହାକୁତୁହା ପ୍ରବଳ ବର୍ଷା ହେଉଥିବାରୁ ଖଣି ଅଞ୍ଚଳକୁ ସେମାନେ ଗାଡି ପାଇ ନ ଥିଲେ। ଶେଷରେ ପାଦରେ ଚାଲି ଚାଲି ଯିବାକୁ ବାହାରିଥିବା ବେଳେ ପଛରୁ ସେମାନଙ୍କୁ ଅନୁସରଣ କରୁଥିବା କେତେକ ଅସାମାଜିକ ଯୁବକ ସେମାନଙ୍କୁ ବାଟରେ ଅଟକାଇ ବିସ୍କୁଟ ଖାଇବାକୁ ଦେଇଥିଲେ। ଅସହାୟ ବୋଲି ଜାଣିବା ପରେ ସେମାନଙ୍କୁ ବାଟରେ ଥିବା ତିଳେଶ୍ୱର ଶିବ ମନ୍ଦିର ନିକଟରେ ଆଶ୍ରୟ ନେବାକୁ ସେମାନେ ପ୍ରବର୍ତ୍ତାଇଥିଲେ। ନାବାଳକ ଭାଇ ଭଉଣୀ ବାଟ ବତାଇଥିବା ଅସାମାଜିକ ବ୍ୟକ୍ତିଙ୍କ କଥାମାନି ଶିବ ମନ୍ଦିର ନିକଟରେ ରହି ଯାଇଥିଲେ। ପରେ ରାତି ପ୍ରାୟ ୧୦ ଟା ବେଳେ ଉକ୍ତ ଅସାମାଜିକ ଯୁବକ ମାନେ ପୁଣି ସେଠାରେ ପହଞ୍ଚି ପାଖରେ ଥିବା ଝୁମ୍ପାଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଘରେ ଚାଲ ଆରାମରେ ରହିବ ବୋଲି କହି ସେମାନଙ୍କୁ ଡାକି ନେଇଥିଲେ। ଭାଇ ଭଉଣୀ ସେମାନଙ୍କୁ ଭରସା କରି ସେଠାରେ ପହଁଞ୍ଚିବା ପରେ ଅସାମାଜିକ ଯୁବକ ମାନେ ଯୁବତୀଙ୍କ ଭାଇକୁ ସେଠାରେ ନିସ୍ତୁକ ମାଡ ମାରି ତଡି ଦେଇଥିଲେ। ପରେ ନାବାଳିକାକୁ ଛାତ ଉପରକୁ ଟେକି ନେଇ ଗଣ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପ୍ରଥମ ଥର ଦୁଷ୍କର୍ମ ପରେ ନାବାଳିକା ଜଣକ ସେଠାରୁ ଖସି ଯିବାକୁ ଉଦ୍ୟମ କରି ସିଡି ଉପରୁ ତଳକୁ ଡେଇଁ ପଡିଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେଠାରୁ ଖସିଯାଇ ନାବାଳିକାଙ୍କ ଭାଇ ପାଖ ଗ୍ରାମରେ ଖବର ଦେବାପରେ ପୁଲିସ ସେଠାରେ ପହଞ୍ଚି ଅନେକ ଖୋଜାଖୋଜି କରି ନାବାଳିକାଙ୍କୁ ଏକ ଝାଟି ଜଙ୍ଗଲ ମଧ୍ୟରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ପୁଲିସ ଅନୁସନ୍ଧାନ କରି ଘଟଣାରେ ସମ୍ପୃକ୍ତ  ୫ଜଣ ଅସାମାଜିକଙ୍କୁ ରାତାରାତି ଧରିବାକୁ ସକ୍ଷମ ହୋଇଥିଲେ। ଆହତ ନାବାଳିକା ଟାଟା ମେଡିକା ହସ୍ପିଟାଲ ରେ ଚିକିତ୍ସାଧୀନ ରହିଛନ୍ତି । ସମ୍ବେଦନଶୀଳତା ଦୃଷ୍ଟିରୁ ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପୀଡିତାଙ୍କ ଠାରୁ ତଥ୍ଯ ସଂଗ୍ରହ କରିଥିଲେ। ଡିଏସପି ପ୍ରମୋଦ ମଲିକ ଘଟଣାର ଅନୁସନ୍ଧାନ କରୁଛନ୍ତି। ନାବାଳିକା ଅନାଥ ହୋଇଥିବାରୁ ଜିଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏସମ୍ପର୍କରେ ଏତଲା ଦିଆଯାଇଛି। ପୁଲିସ ଅଟକ ରଖିଥିବା ୫ ଜଣ ମଧ୍ୟରୁ ଜଣେ ନାବାଳକ ବୋଲି ଜଣା ପଡିଛି। ଅପର ପକ୍ଷରେ ପୀଡ଼ିତା ନାବାଳିକାର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନ ଥିବା ଜଣା ପଡ଼ିଛି।
18 Jul 2022 By The Sakala

https://www.thesakala.in/latest-odisha-news/allegations-of-rape-a-minor-girl-5-suspectd-detained/article-13418
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର