ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ କଟକସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ରହିଥିଲେ ପ୍ରବୋଧ ମହାନ୍ତି, ଡ. ସଞ୍ଜୟ ମହାପାତ୍ର ଓ ଡ. ସତ୍ୟ ରାୟ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଳନ୍ଦି ଦାସ, ଖୀରୋଦ ଓ ମୋହିତ ଯୋଶୀ । ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।
ଆର୍ଟ ଅଫ ଗିଭିଙ୍ଗ ଦବାର କଳା । ଏହା ୨୦୧୩ ମସିହା ମେ’ ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ଏହାକୁ ସାରା ବିଶ୍ବରେ ପିପୁଲ୍ସ ମୁଭମେଣ୍ଟ ଭାବେ ପାଳିତ ହେଉଛି। ଏହି କାର୍ଯ୍ଯକ୍ରମ ‘ଆର୍ଟ ଅଫ ଗିଭିଙ୍ଗସ’ର ସମର୍ଥକଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।