ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧେୟକ ଆଗତ କରିବେ। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଗୃହରେ କେତେକ ଦସ୍ତାବିଜ୍ ଏବଂ ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବ୍ୟୟମଞ୍ଜୁରୀ ବିଧେୟକ ଗୃହରେ ସମ୍ମତି ଲାଭ କରିବା ପରେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ ମିଳିବ। ଆଜିକୁ ମିଶାଇ ବଜେଟ ଅଧିବେଶନ ସରିବାକୁ ଆଉ ୪ଟି କାର୍ଯ୍ୟଦିବସ ରହିଛି। ଅପରପକ୍ଷେ ୩ ଦିନର ଛୁଟି ପରେ ଆଜି ଆରମ୍ଭ ହେଉଥିବା ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍ ସରଗରମ୍ ରହିବ ବୋଲି ଅନୁମାନ କରାଯାଉଛି।
ଆଜି ବିଧାନସଭାରେ ଉପସ୍ଥାପିତ ହେବ ବ୍ୟୟମଞ୍ଜୁରୀ ବିଧେୟକ
ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧେୟକ ଆଗତ କରିବେ। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଗୃହରେ କେତେକ ଦସ୍ତାବିଜ୍ ଏବଂ ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବ୍ୟୟମଞ୍ଜୁରୀ […]