ଖଣ୍ଡଗିରି ଓଭରବ୍ରିଜ୍‍ ରେ ଗଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର : ଖଣ୍ଡଗିରି ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୂରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ। ଶୁକ୍ରବାର ଅପରାହ୍ଣରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ୍‍ ଚାଳକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀର ଅଜୟ ପରିଡ଼ା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଦୁର୍ଘଟଣା ଘଟାଇଥିବା ଅଳିଆ ବୋଝେଇ ଟ୍ରକ୍‍ ଡ୍ରାଇଭର ଫେରାର ଥିବାରୁ […]

ଭୁବନେଶ୍ୱର : ଖଣ୍ଡଗିରି ଓଭରବ୍ରିଜ୍‍ ନିର୍ମାଣ ହେବାର ୨ ମାସ ନ ପୂରୁଣୁ ଚାଲିଗଲାଣି ଦୁଇ ଦୁଇଟି ଜୀବନ। ଶୁକ୍ରବାର ଅପରାହ୍ଣରେ ଏକ ଅଳିଆ ବୋଝେଇ ଗାଡି ଧକ୍କାରେ ଜଣେ ବାଇକ୍‍ ଚାଳକଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଟଣୀର ଅଜୟ ପରିଡ଼ା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଦୁର୍ଘଟଣା ଘଟାଇଥିବା ଅଳିଆ ବୋଝେଇ ଟ୍ରକ୍‍ ଡ୍ରାଇଭର ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଜଟଣୀର ଅଜୟ ପରିଡ଼ା ଶୁକ୍ରବାର ଅପରାହ୍ଣରେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। କାମ ସାରି ସେ ଅପରାହ୍ଣ ୫ଟା ସମୟରେ ଘରକୁ ଫେରୁଥିଲେ। ଖଣ୍ଡଗିରି ଓଭରବ୍ରିଜ୍‍ ଉପରେ ଯିବା ସମୟରେ ପଛରୁ ଆସୁଥିବା ଏକ ଅଳିଆ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।

About The Author: The Sakala