ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୮୧ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି ମହାମାରୀ କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିବା ସହିତ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୮୮୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । Another 11881 Covid patients have recovered and are being discharged […]

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି ମହାମାରୀ କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିବା ସହିତ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୮୮୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୦ ଜଣ ଥିବା ବେଳେ, ଅନୁଗୁଳରୁ ୧୧୫୪ ଓ କଟକରୁ ୧୦୬୬ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୧୩ ଜଣ ଥିବା ବେଳେ, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡ଼ରୁ ୩୦୦, ବଲାଙ୍ଗିରରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡ଼ାରୁ ୨୮୫ ଜଣ ସୁସ୍ଥ ହୋଇଛନ୍ତି ।

ନୟାଗଡ଼ରୁ ୨୫୩ ଜଣ ସୁସ୍ଥ ହୋଇଥିବା ବେଳେ, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟ୍ ପୁଲରୁ ୩୨୪ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୭୦ ହଜାର ୫୨୭ ଜଣ ଆକ୍ରାନ୍ତ ।

About The Author: The Sakala