ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁୃ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍।
ମିଳିଥିବା ସୂଚନା ଅନୁସାରେ ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠିଙ୍କ ଦେହ ଖରାପ ହେବାରୁ ବଂଶୀଧରଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ତାଙ୍କ ବାର ବର୍ଷର ପୁଅ ପୁଅ ଶ୍ରୀସାଇ ଅନୁଗୁଳ ମେଡିକାଲକୁ ଆଣୁଥିଲେ। ମେଡିକାଲରେ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା।
ଅଟୋ କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସେଠି, ସ୍ତ୍ରୀ କମଳା ସେଠି, ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ବୋହୂ ସୁନିତା ସେଠି ଏବଂ ଶ୍ରି ସାଇ ସେଠି ଗୁରୁତର ହୋଇଥିଲେ। ଏ ପଟେ କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ୍ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।