ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡ଼ିବସିଲା ପୁଲିସ, ୩ ଗିରଫ

ଅନୁଗୁଳ:  ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ। ତତସହିତ ସେମାନଙ୍କ ଠାରୁ ଗୋଟିଏ ସ୍କୋରପିଓ ,ତିନୋଟି ବାଇକ,ଗୋଟିଏ ପିସ୍ତଲ ଏବଂ ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ,ସୋମବାର ସକାଳ ୮ଟା ସମୟରେ […]

ଅନୁଗୁଳ:  ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ। ତତସହିତ ସେମାନଙ୍କ ଠାରୁ ଗୋଟିଏ ସ୍କୋରପିଓ ,ତିନୋଟି ବାଇକ,ଗୋଟିଏ ପିସ୍ତଲ ଏବଂ ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ,ସୋମବାର ସକାଳ ୮ଟା ସମୟରେ ଅନୁଗୁଳ ସଦର ଥାନା ଏସ ଆଇ ତୁଷାର କାନ୍ତ ମହାନ୍ତି ଏବଂ ସଦର ଥାନାର ଅନ୍ୟ ପୁଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ ଯେ ରଂତଳେଇ ସ୍ଥିତ ମା’ ସାତଭଉଣୀ ମନ୍ଦିର ନିକଟରେ ୫ଜଣ ଦୁର୍ବୃତ୍ତ ବସି ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ପାଇବାପରେ ଏସ ଆଇ ଶ୍ରୀ ମହାନ୍ତି ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ସଦଲବଳେ ସେଠାରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ପୁଲିସ ସେଠାରେ ଚଢ଼ାଉ କରି ସେଠାରୁ କୁସାସିଂଘା ଗ୍ରାମର ଗୋପୀ ଆଲିଅସ ଗୋପୀନାଥ ନାଏକ ଓ ତାପ ଆଲିଅସ ପୁରୁଷୋତ୍ତମ ଭୁତିଆ ଏବଂ ତଳଗଡ଼ ଗ୍ରାମର ପାପୁନ ଆଲିଆସ ସୁରେନ୍ଦ୍ର ନାଏକ କୁ ଗିରଫ କରିଥିବାବେଳେ ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଜରାସିଂଘା ର କାଳିଆ ବେହେରା ଓ ଛେଳିଆ ପଡାର ଭବାନୀ ଶଙ୍କର ଭଞ୍ଜ ଫେରାର ହୋଇଯାଇଥିଲେ।ଚଢ଼ାଉ ସମୟରେ ପୁଲିସ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ସ୍କୋରପିଓ ଗାଡି, ତିନୋଟି ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିଲେ। ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ। ପୁଲିସ ଦଫା ୩୯୯/୪୦୨, ୨୫ ଆର୍ମସ ଆକ୍ଟରେ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

About The Author: The Sakala