କୋଟିଆକୁ ହାତେଇବାକୁ ପୁଣି ଆନ୍ଧ୍ରର ନୂଆ ଚାଲ୍‌; ନକଲି ଡାକଘର କରି ଲୋକଙ୍କୁ ଭଣ୍ଡାଇବାକୁ ପ୍ରୟାସ

ପଟ୍ଟାଙ୍ଗି: ପୁଣି କୋଟିଆକୁ ହାତେଇବାକୁ ଆନ୍ଧ୍ର ନୂତନ ଚାଲ୍ ଆପଣାଇଥିବା ନଜରକୁ ଅସିଛି। କୋଟିଆକୁ ନିଜର ବୋଲି ଦାବି କରିବାକୁ ଓଡ଼ିଶା ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ନିର୍ମିତ ଗୃହକୁ ରଙ୍ଗଦେଇ ଆନ୍ଧ୍ରର ଡାକଘର କୋଟିଆରେ ଥିବା ଦର୍ଶାଇବାକୁ ଷଡଯନ୍ତ୍ରପାଇ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲଦାର ଉକ୍ତ ପହଞ୍ଚି ଆନ୍ଧ୍ରର ଏହି ଚାଲ୍କୁ ଭଣ୍ଡୁର କରିଛନ୍ତି । ଗତ ମେ’ ମାସରେ ଓଡ଼ିଶା ଇଣ୍ଟାକ ବିଭାଗରୁ ଚାରିଜଣିଆ ଦଳ କୋଟିଆର ଡାକ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି […]

ପଟ୍ଟାଙ୍ଗି: ପୁଣି କୋଟିଆକୁ ହାତେଇବାକୁ ଆନ୍ଧ୍ର ନୂତନ ଚାଲ୍ ଆପଣାଇଥିବା ନଜରକୁ ଅସିଛି। କୋଟିଆକୁ ନିଜର ବୋଲି ଦାବି କରିବାକୁ ଓଡ଼ିଶା ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ନିର୍ମିତ ଗୃହକୁ ରଙ୍ଗଦେଇ ଆନ୍ଧ୍ରର ଡାକଘର କୋଟିଆରେ ଥିବା ଦର୍ଶାଇବାକୁ ଷଡଯନ୍ତ୍ରପାଇ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲଦାର ଉକ୍ତ ପହଞ୍ଚି ଆନ୍ଧ୍ରର ଏହି ଚାଲ୍କୁ ଭଣ୍ଡୁର କରିଛନ୍ତି ।

ଗତ ମେ’ ମାସରେ ଓଡ଼ିଶା ଇଣ୍ଟାକ ବିଭାଗରୁ ଚାରିଜଣିଆ ଦଳ କୋଟିଆର ଡାକ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି କୋଟିଆ ଲିଖିତ ୧୦୦ ଗୋଟି ଏନ୍‌ଭଲପ୍‌ ଗୁଡ଼ିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦ ଓ ବିଧାୟକ ସୁପ୍ରିମ କୋର୍ଟଙ୍କୁ ପୋଷ୍ଟ କରିଥିଲେ। ଉକ୍ତ ଡାକଟିକଟ ଅନୁସାରେ କୋଟିଆ ଓଡ଼ିଶାର ବୋଲି ସେମାନେ ଦାବି କରିଥିଲେ। ଏହାପରେ ଆନ୍ଧ୍ର କୋଟିଆରେ ତାହାର ଏକ ଡାକ ଘର ରହିଥିବା ନେଇ ଦର୍ଶାଇବା ନିମନ୍ତେ ନୂଆ ଚାଲ ଆରମ୍ଭ କରିଥିଲା । ଗୁରୁବାର କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମକୁ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ସେଠାରେ ଓଡିଶା ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ବିଜୁ ପକ୍କା ଘରକୁ ଘର ମାଲିକଙ୍କ ବିନା ଅନୁମତିରେ ଆନ୍ଧ୍ର ସରକାରଙ୍କ ଡାକଘରରେ ପରିଣତ କରିବାକୁ ପ୍ରୟାସ କରିଛନ୍ତି।

ଏନେଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ଧାରୁଆ ସୂଚନା ପାଇ ତାଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛନ୍ତି। ବିଜୁ ପକ୍କା ଘରେ ଆନ୍ଧ୍ର ଲେଖିଥିବା ଡାକ ଘର ଚିତ୍ର ଗୁଡ଼ିକୁ ଘର ମାଲିକଙ୍କ ଅନୁମତିରେ ଲିଭାଇ ଥିବା ଦେଖିବାକୁ ମିଳିଛି । ପଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ୱ ନୀରିକ୍ଷକ, ଥାନା ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ପ୍ରଶାସନ ଲଗାଇଥିବା ଫଳକକୁ ହଟାଇବା ସହ ନାଲି ରଙ୍ଗ ଉପରେ ପୁଣି ଧଳା ରଙ୍ଗ ଲଗାଇ ଦେଇଛନ୍ତି ।

About The Author: The Sakala