ଅଷ୍ଟମ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରାଗିଂ ! ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ରାଉରକେଲା: ସ୍ଥାନୀୟ ବନ୍ଧମୁଣ୍ଡା ଥାନା ଅଧୀନ ସେକ୍ଟର-ଏ’ର ମୁଖୀବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀଙ୍କ ଆତ୍ମହତ୍ୟା ପଛରେ ରାଗିଂ ହିଁ ମୁଖ୍ୟ କାରଣ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ରାଗିଂରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୂଚନା ମୁତାବକ ବନ୍ଧମୁଣ୍ଡାର ସେକ୍ଟର-ଏ’ର ମୁଖୀ ବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀ ସେକ୍ଟର ଡି’ସ୍ଥିତ ମଦୁସୂଦନ ବିଦ୍ୟାଳୟର […]

ରାଉରକେଲା: ସ୍ଥାନୀୟ ବନ୍ଧମୁଣ୍ଡା ଥାନା ଅଧୀନ ସେକ୍ଟର-ଏ’ର ମୁଖୀବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀଙ୍କ ଆତ୍ମହତ୍ୟା ପଛରେ ରାଗିଂ ହିଁ ମୁଖ୍ୟ କାରଣ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ରାଗିଂରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂଚନା ମୁତାବକ ବନ୍ଧମୁଣ୍ଡାର ସେକ୍ଟର-ଏ’ର ମୁଖୀ ବସ୍ତି ନିବାସୀ ବିଟୁ ମୁଖୀଙ୍କ ୧୩ ବର୍ଷୀୟା ଝିଅ ତମନ୍ନା ମୁଖୀ ସେକ୍ଟର ଡି’ସ୍ଥିତ ମଦୁସୂଦନ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଦୁଇ ଦିନ ପୂର୍ବେ ଗୁରୁବାର ସନ୍ଧ୍ୟାରେ ତମନ୍ନା ନିଜ ଘରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଖବର ପାଇବା ମାତ୍ରେ ପରିବାରଲୋକେ ତୁରନ୍ତ ଗାମୁଛା କାଟି ତାକୁ ତଳକୁ ଓହ୍ଲାଇବା ସହ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଆତ୍ମହତ୍ୟାର କାରଣ ନେଇ ଏକ ବିସ୍ଫୋରକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଛାତ୍ରୀ ତମନ୍ନା ଦୁଇ ଦିନ ପୂର୍ବେ ସ୍କୁଲରୁ ଫେରିବା ପରେ ସନ୍ଧ୍ୟାରେ ହଠାତ୍‌‌ ନିଜ ଘରେ ଫାଶୀ ଲଗାଇ ଦେଇଥିଲେ। ପୂର୍ବରୁ ଛାତ୍ରୀ ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା କିଛି ଛାତ୍ର ତାଙ୍କୁ ପରିବାର ସଦସ୍ୟଙ୍କୁ ଆକ୍ଷେପ କରି ଆପତ୍ତିଜନକ ମନ୍ତବ୍ୟ ଦେଇ ରାଗିଂ କରିଥିଲେ। ଏହାପରେ ଛାତ୍ରୀ ଏହି ଘଟଣା ବିଷୟରେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ମାତ୍ର ଉକ୍ତ ଶିକ୍ଷକ ଏ କଥାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। ଯେଉଁଥି ପାଇଁ ମୃତ ଛାତ୍ରୀ ଜଣକ ଘରକୁ ଯାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଘଟଣାକୁ କେନ୍ଦ୍ର କରି ମୃତ ଛାତ୍ରୀଙ୍କ ପରିବାର ଲୋକେ ମଧୁସୂଦନ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଉପସ୍ଥିତ ଶିକ୍ଷକମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ନ ଥିବା ଯୋଗୁଁଁ ମଙ୍ଗଳବାର ଦିନ ବିଦ୍ୟାଳୟ ପୀଡିତାଙ୍କ ପରିବାରକୁ ସ୍କୁଲକୁ ଡାକିଥିଲେ। ତେବେ ଏ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇବାରୁ ସୂଚନା ପାଇ ବନ୍ଧମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ସହ ଘଟଣାର ସଠିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

About The Author: The Sakala