ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ଯକ୍ଷତାରେ ବୈଠକ ବସିବ । ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସମସ୍ତଙ୍କର ସହଯୋଗ ଲୋଡ଼ିବେ ବାଚସ୍ପତି ।
ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ । ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି । ଅନ୍ଯପଟେ ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ । ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।
ଅନ୍ୟପଟେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଆଜି ବସିବ ସର୍ବଦଳୀୟ ବୈଠକ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକିଥିବା ବୈଠକ ଆଜି ଦିନ ୧୧ଟା ବେଳେ ବସିବ। ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧୀ ପ୍ରଥମ ସର୍ବଦଳୀୟ ବୈଠକରେ ଯୋଗଦେବେ।