ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା ! କ୍ରୁଟର ଟ୍ବିଟ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା, ୟୁପିଆଇ ବ୍ୟବସ୍ଥା କରିବାକୁ ଦାବି

ଭୁବନେଶ୍ୱର: ପକେଟରେ ଖୁଚୁରା ଟଙ୍କା ନାହିଁ ତ ଆପଣ ମୋ ବସରେ ଯାତ୍ରା କରି ପାରିବେନି! ସିଧାସଳଖ ନହେଲେ ମଧ୍ୟ କ୍ରୁଟର ଏକ ଟ୍ବିଟ ପରୋକ୍ଷରେ ଏଭଳି କଥା ଆଡ଼କୁ ଇଙ୍ଗିତ କରିଛି। ‘ବସରେ ଯାତ୍ରା ସମୟରେ ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ’ ବୋଲି କ୍ରୁଟ ପକ୍ଷରୁ ଏପରି ଟ୍ବିଟ କରାଯାଇଛି। ଏହାପରେ ଟ୍ବିଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରୁଟ୍‌‌ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ୱା ହେବାରେ ଲାଗିଛି। ଡିଜିଟାଲ […]

ଭୁବନେଶ୍ୱର: ପକେଟରେ ଖୁଚୁରା ଟଙ୍କା ନାହିଁ ତ ଆପଣ ମୋ ବସରେ ଯାତ୍ରା କରି ପାରିବେନି! ସିଧାସଳଖ ନହେଲେ ମଧ୍ୟ କ୍ରୁଟର ଏକ ଟ୍ବିଟ ପରୋକ୍ଷରେ ଏଭଳି କଥା ଆଡ଼କୁ ଇଙ୍ଗିତ କରିଛି। ‘ବସରେ ଯାତ୍ରା ସମୟରେ ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ’ ବୋଲି କ୍ରୁଟ ପକ୍ଷରୁ ଏପରି ଟ୍ବିଟ କରାଯାଇଛି। ଏହାପରେ ଟ୍ବିଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ରୁଟ୍‌‌ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ୱା ହେବାରେ ଲାଗିଛି। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବା କ୍ୟୁଆର କୋର୍ଡ ଲଗାଇବାକୁ ପ୍ରାୟ ୫୦ ଜଣ ଦାବି କରିଛନ୍ତି। ଏ ପର୍ଯ୍ୟନ୍ତ କାହିଁକି ୟୁପିଆଇ ପେମେଣ୍ଟ ବ୍ୟବସ୍ଥା କରାଯାଇ ନାହିଁ ବୋଲି ଏକାଧିକ ଲୋକ ପ୍ରଶ୍ନ କରିଛନ୍ତି। କଣ୍ଡକ୍ଟର କାହିଁକି ଖୁଚୁରା ଟଙ୍କା ରଖିବେ ନାହିଁ ବୋଲି ଜୟଦେବ ରାଣା ନାମକ ଜଣେ ୟୁଜର ଓଲଟା ପ୍ରଶ୍ନ କରିଛନ୍ତି। ରାସ୍ତା କଡ଼ ଉଠା ଦୋକାନରେ ୟୁପିଆଇ ବ୍ୟବସ୍ଥା ରହୁଥିବାବେଳେ ମୋ ବସରେ ମଧ୍ୟ ଟିକେଟ ପାଇଁ ୟୁପିଆଇ ବ୍ୟବସ୍ଥା କରିବାକୁ ମନୋରଞ୍ଜନ ନାୟକ ଦାବି କରିଛନ୍ତି। ଏ

ଇଟା ୧୯୯୦ ମସିହା ନୁହଁ ୨୦୨୩ ମସିହା, ସମସ୍ତ ରୁଟର ବସରେ ୟୁପିଆଇ ବ୍ୟବସ୍ଥା କରିବାକୁ ଭବେଷ କୁମାର ଦାବି କରିଛନ୍ତି। ସେପଟେ ‘କଣ୍ଡକ୍ଟରମାନେ ଛୋଟ ଟଙ୍କିକିଆ ମୁଦ୍ରା ନେଉ ନାହାନ୍ତି, ସେଥିଲାଗି ମୋତେ ଆଜି ଅଧିକ ଟଙ୍କା ଦେବାକୁ ପଡ଼ିଲା’ ବୋଲି ଦେବୀ ମହାପାତ୍ର ଅଭିଯୋଗ କରିଛନ୍ତି। କ୍ରୁଟ ଅଧୀନରେ ଥିବା ମୋ ବସରେ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ସମସ୍ତେ ମୋ ବସ୍‌‌ ଉପରେ ନିର୍ଭରଶୀଳ। ରାସ୍ତା କଡ ଉଠା ଦୋକାନ ଠାରୁ ଆରମ୍ଭ କରି ବଡ଼ବଡ଼ ସପିଂ ମଲ ଯାଏଁ ସବୁଠି କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା ରହିଛି। ଡିଜିଟାଲ ପେମେଣ୍ଟକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ମୋ ବସରେ କ୍ୟୁଆର କୋର୍ଡ ପେମେଣ୍ଟ ବ୍ୟବସ୍ଥା କରାଯାଇନାହିଁ। ଫଳରେ ମୋ ବସରେ ଯାଉଥିବା ଯାତ୍ରୀମାନେ ଅନେକ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଟିକେଟର ମୂଲ୍ୟ ଅନୁସାରେ ଟଙ୍କା ନଦେଇ ପାରିବାରୁ ଯାତ୍ରୀମାନେ କଣ୍ଡକ୍ଟରଙ୍କ ରୋଶର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଟିକେଟ ମୂଲ୍ୟ ଠାରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏମିତିକି ଖୁଚୁରା ଟଙ୍କା ନଥିବାରୁ ଯାତ୍ରୀମାନଙ୍କୁ ଅନେକ ସମୟରେ ବସରୁ ଓହ୍ଲାଇ ଦିଆଯାଇଥିବାର ନଜିର ରହିଛି। ନଗଦ ଟଙ୍କା କାରବାର ପାଇଁ ଖୁଚୁରା ଟଙ୍କା ଖୋଜୁ ଖୋଜୁ ଯାତ୍ରୀମାନେ ବସ୍‌‌ ଫେଲ୍‌‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କ୍ୟୁଆର କୋର୍ଡ ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ମୋ ବସ୍‌‌ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉ ନଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

About The Author: The Sakala