ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଉପସ୍ଥିତ। ଉପସ୍ଥିତ ଅଛନ୍ତି ଅଧିକାଂଶ କର୍ପୋରେଟର, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ। ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବାକୁ ନିର୍ଦେଶ। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ। ଯୋନସ୍ତରରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ। ବିପଦସଂକୁଳ ସ୍ଥାନରୁ ଲୋକଙ୍କୁ ଆବଶ୍ୟକ […]

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଉପସ୍ଥିତ। ଉପସ୍ଥିତ ଅଛନ୍ତି ଅଧିକାଂଶ କର୍ପୋରେଟର, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ। ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବାକୁ ନିର୍ଦେଶ। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ। ଯୋନସ୍ତରରେ ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ। ବିପଦସଂକୁଳ ସ୍ଥାନରୁ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ଓ ଥଇଥାନ ପାଇଁ ନିର୍ଦେଶ। ଅଗ୍ନିଶମ ବିଭାଗକୁ ପମ୍ପସେଟ ଓ ଆସ୍କା ଲାଇଟ ସହ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦେଶ। ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଗଛିତ ରଖିବାକୁ ପରାମର୍ଶ। ପାଣିପାଗ ବିଭାଗର ସୂଚନା ସହିତ ପ୍ରସ୍ତୁତ ରହିବାକୁ କୁହାଯାଇଛି

About The Author: The Sakala