ଭୁବନେଶ୍ବର: ରାଜ୍ଯରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ ୩ ନାମଲେଖା ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରକାଶ ପାଇଛି।
ନୂତନ କାର୍ଯ୍ଯସୂଚୀ ଅନୁଯାୟୀ, ଅନଲାଇନ ସିଏଏଫ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି। ଯୁକ୍ତ ୩ ପ୍ରଥମ ପର୍ଯ୍ଯାୟ ନାମଲେଖା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ଯରେ ହେବାକୁ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବ ୭ରୁ ୧୧ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।
ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ସ୍ଥି କରାଯାଇଥିବା ବେଳେ ଏହାକୁ ସେପ୍ଟେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।
ପୂର୍ବ ସୂଚନା ଅନୁଯାୟୀ ତତକାଳ ନାମଲେଖା ( ସ୍ପଟ ସିଲେକ୍ସନ)ର ଅବଧି ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ ତାହାକୁ ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଏହାର ଏକ ସମ୍ପୂର୍ଣ୍ଣ ବିବରଣୀ SAMS ୱେବସାଇଟ ww.samsodisha.gov.inରେ ଉପଲବ୍ଧ ରହିଛି।