ଆଠଗଡ଼: ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ଆଠଗଡ଼ ପୋଲିସ୍। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣାରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା। ଆଠଗଡ଼ ଥାନା ପୋଲିସ ପୂର୍ବରୁ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀଙ୍କୁ ଗିରଫ କରି ପଚରାଉଚୁରା କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବାବେଳେ ଭୋର୍ ସାଢେ ପାଞ୍ଚଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବାପାଇଁ କହି ଥାନା ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ସେପଟେ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ କଏଦୀଙ୍କ ପତ୍ତା ମିଳୁ ନଥିବା ଜଣା ପଡିଛି। ଆଠଗଡ଼ SDPO ଓ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସୂଚନା ରହିଛି।
ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ, ବୋମାମାଡ଼ ଘଟଣାରେ ଗତକାଲି ଗିରଫ କରିଥିଲା ପୋଲିସ
ଆଠଗଡ଼: ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । କିଛି ଦିନ ତଳେ ବହୁ ଚର୍ଚ୍ଚିତ ଆମ୍ବୃତ ମଣୋହି ପାଟଣା ଗ୍ରାମ ବୋମା ମାଡ଼ ଘଟଣାରେ ଫେରାର ରହିଥିଲା ଏହି ଆସାମୀ। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ଆଠଗଡ଼ ପୋଲିସ୍। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣାରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା। ଆଠଗଡ଼ ଥାନା ପୋଲିସ ପୂର୍ବରୁ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ […]