ସମ୍ବଲପୁର: ସମ୍ବଲପୁରର ଚାଉଁରପୁର ବ୍ରିଜ ଉପରୁ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ। ଘଟଣା ସମୟରେ ବହୁ ଲୋକ ମର୍ଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଛନ୍ତି ତାହା ଜଣାପଡ଼ିନାହିଁ । ଖବର ପାଇ ବ୍ରିଜ୍ ଅଗ୍ନିଶମବାହିନୀର ଟିମ୍ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି।