By
The Sakala
ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ ମାସିକଧର୍ମ (ଋତୁସ୍ରାବ) ପାଇଁ ଗୋଟିଏ ଦିନ ଛୁଟି ମିଳିବ। ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ମାସିକ ଧର୍ମର ପ୍ରଥମ କିମ୍ବା ଦ୍ବିତୀୟ ଦିନ ଏହି ଛୁଟି ନେଇପାରିବେ।

About The Author: The Sakala