ମନ୍ତ୍ରୀଙ୍କ ନାଁରେ ବ୍ୟବସାୟୀଙ୍କୁ ଚୁନା ଲଗାଇ ଦେଢ ଲକ୍ଷ ଲୁଟିନେଲେ ଡିପ୍ଲୋମା ପଢୁଆ କିନ୍ନର

ଭୁବନେଶ୍ୱର: ଅଭିନବ ଉପାୟରେ ବ୍ୟବସାୟୀଙ୍କୁ ଠକିଛନ୍ତି ଜଣେ କିନ୍ନର । ମନ୍ତ୍ରୀଙ୍କ ନାଁ ନେଇ କରିଛନ୍ତି ଠକେଇ । ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଛନ୍ତି ଚତୁର କିନ୍ନର ଜଣକ । ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ହେବ କହି ବ୍ୟବସାୟୀଙ୍କଠାରୁ ନେଇଗଲେ ଟଙ୍କା। ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କର ଦୁଇ ସହଯୋଗୀଙ୍କୁ […]

ଭୁବନେଶ୍ୱର: ଅଭିନବ ଉପାୟରେ ବ୍ୟବସାୟୀଙ୍କୁ ଠକିଛନ୍ତି ଜଣେ କିନ୍ନର । ମନ୍ତ୍ରୀଙ୍କ ନାଁ ନେଇ କରିଛନ୍ତି ଠକେଇ । ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଛନ୍ତି ଚତୁର କିନ୍ନର ଜଣକ । ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ହେବ କହି ବ୍ୟବସାୟୀଙ୍କଠାରୁ ନେଇଗଲେ ଟଙ୍କା। ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସୂଚନା ଅନୁସାରେ, ଗିରଫ ସୌମ୍ୟରଂଜନଙ୍କ ଘର ବୌଦ୍ଧ ଜିଲ୍ଲାରେ ଓ ସେ ଡିପ୍ଲୋମା ଯାଏଁ ପାଠ ପଢିଥିବା ଜଣାପଡିଛି । ଭୁବନେଶ୍ୱରର ବିକାଶ ସେହଗଲ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଥିଲେ କିନ୍ନର ସୌମ୍ୟରଂଜନ । ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପିଏ ବୋଲି ପରିଚୟ ଦେଇ ବ୍ୟବସାୟୀଙ୍କୁ ଫୋନ କରିଥିଲେ । ଆଉ କହିଥିଲେ ବ୍ୟବସାୟିକ ଉନ୍ନତି ସହ ଭଲ ଲାଭ ହେବା ପାଇଁ ଏକ ଯଜ୍ଞ କରାଯିବ ଓ ସେଥିପାଇଁ ଘିଅ ବାବଦକୁ ୩୧ ହଜାର ୫ଶହ ଖର୍ଚ୍ଚ ହେବ  । ତେବେ ବ୍ୟବସାୟୀଙ୍କ ମନରେ ଭରଷା ଜନ୍ମାଇବା ପାଇଁ ମହିଳାଙ୍କ ସ୍ୱରରେ ମନ୍ତ୍ରୀଙ୍କ ମାଆ କହି ଆଉ ଥରେ କଥା ହୋଇଥିଲେ । ସୈାମ୍ୟରଂଜନ ଏଭଳି ଢଙ୍ଗରେ କଥାବର୍ତା ହୋଇଥିଲା ଯେ ସଂପୃକ୍ତ ବ୍ୟବସାୟୀ ବିଶ୍ୱାସ କରି ଫୋନ ପେ’ ଜରିଆରେ ସାଢେ ୩୧ ହଜାର ଟଙ୍କା ପଠାଇଥିଲେ । ହେଲେ ପରେ ସବୁ ଜାଣିବା ପରେ ଆଉ ଧରା ଛୁଆଁ ଦେଇ ନଥିଲେ ମନୀଷା କିନ୍ନର ।

ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଠକେଇ ଟଙ୍କା ଯାଇଥିବା ପୋଲିସ ଜାଣିବାକୁ ପାଇଛି । କିନ୍ନର ମନୀଷା ନାଁରେ ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ଅନୁଗୁଳ ରେ ୮ଟି ମାମଲା ରହିଛି । କିନ୍ନର ମନୀଷା ମନ୍ତ୍ରୀଙ୍କ କଣ୍ଠରେ ଫୋନ କରି ୩ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିଛି । ସେ ମଧ୍ୟରୁ ୫୦ ହଜାର ଟଙ୍କା ଠାବ କରିଛି ପୋଲିସ। ଗିରଫ ହୋଇଥିବା ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥାଏ ।

About The Author: The Sakala