ଭୁବନେଶ୍ବରରେ ୧୨ ବର୍ଷୀୟ ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ, ବରକୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ୧୨ ବର୍ଷୀୟା ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ । ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ । ଏ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ । ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ୧୨ ବର୍ଷୀୟା ନାବାଳିକାଙ୍କୁ ଜବରଦସ୍ତ ବିବାହ କରାଯାଉଥିବା ଅଭିଯୋଗ । ୧୨ ବର୍ଷୀୟ ନାବାଳିକାଙ୍କୁ ବିବାହ କରୁଥିଲେ ୨୨ ବର୍ଷୀୟ ଯୁବକ । ଏ ନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । କୁଆଖାଇ ନଦୀକୂଳ ତାରିଣୀ ମନ୍ଦିରରେ ବିବାହ ଚାଲିଥିବାବେଳେ ବାହାଘରକୁ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି ମଞ୍ଚେଶ୍ବର ଥାନା ପୋଲିସ ।

ପୋଲିସ ଉଭୟ ଝିଅ ଓ ବରଘର ପରିବାରଙ୍କୁ ପଚରାଉଚରା କରୁଛି । ସେପଟେ ଏନେଇ ଚାଇଲଡ ଲାଇନ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି । ଖବର ପାଇ ସିଡିପିଓ, ବିଏମସି ଓ ରୁଚିକା ସମାଜମଙ୍ଗଳ ସଂଗଠନର କର୍ମକର୍ତ୍ତା ମାନେ କୁଆଖାଇ ନଦୀ ପଠାରେ ଥିବା ରାଧାକୃଷ୍ଣ ମନ୍ଦିରଠାରେ ଏହି ବାଲ୍ୟ ବିବାହକୁ ରୋକିଛନ୍ତି।

ତଦନ୍ତବେଳେ ଜଣାପଡ଼ିଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ନାବାଳିକା ଜଣକୁ ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ୨୨ ବର୍ଷର ଯୁବକ ବଳପୂର୍ବକ ବିବାହ କରୁଥିଲେ । ସୂଚନା ପାଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍କ ନେତୃତ୍ବରେ ଗୋଟିଏ ଦଳ ଗଠନ କରାଯାଇ ଏହି ବାଲ୍ୟ ବିବାହକୁ ବନ୍ଦ କରାଯାଇଥିଲା । ଉଭୟ ବର କନ୍ୟାଙ୍କ ପିତାମାତା ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ରହୁଛନ୍ତି । କୁଆଖାଇ ପଠାର ଏକ ନିକାଞ୍ଚନ ଜାଗାରେ ଥିବା ଏହି ମନ୍ଦିରକୁ ବାଛି ସେମାନେ ବାଲ୍ୟ ବିବାହ କରାଉଥିବାବେଳେ ବରକନ୍ୟାଙ୍କୁ ଉଦ୍ଧାର କରାଯାଇଛି । କନ୍ୟା ନାବାଳିକା ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇଛି ।

About The Author: The Sakala