ନୂଆଦିଲ୍ଲୀ: ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ବିବେଚିତ ହୋଇଥିବା ବେଳେ ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ବିବେଚିତ କରାଯାଇଛି। ପୁଷ୍ପା ପାଇଁ ଦେବୀ ଶ୍ରୀପ୍ରସାଦଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି।
ଶ୍ରେଷ୍ଠ ଅଭିନେତା – ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ
ଶ୍ରେଷ୍ଠ ଅଭିନେତ୍ରୀ – ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟ
ଶ୍ରେଷ୍ଠ କଣ୍ଠଶିଳ୍ପୀ- ଶ୍ରେୟା ଘୋଷାଲ ଓ କାଳ ଭୈରବ
ଶ୍ରେଷ୍ଠ ନିର୍ଦ୍ଦେଶକ – ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନ
ଶ୍ରେଷ୍ଠ ସହ ଅଭିନେତା – ‘ମିମି’ ପାଇଁ ପଙ୍କଜ ତ୍ରିପାଠୀ
ଶ୍ରେଷ୍ଠ ସହ ଅଭିନେତ୍ରୀ- ‘କାଶ୍ମୀର ଫାଇଲ’ ପାଇଁ ପଲ୍ଲବୀ ଯୋଶୀ , ‘ମିମି’ ପାଇଁ କ୍ରିତି ସାନୋନ୍ ବି ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ
ସର୍ବାଧିକ ଲୋକପ୍ରିୟ ଚଳଚ୍ଚିତ୍ର- ‘RRR’