ଆଜି ଷ୍ଟାର୍‍ କିରଣରେ ‘ବିଦ୍ୟାରାଣ’ର ପ୍ରିମିୟର

ଭୁବନେଶ୍ୱର: ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‍ କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକ୍‍ ବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଷ୍ଟାର୍‍ କିରଣରେ ବିଦ୍ୟାରାଣ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‍ ପ୍ରସାରିତ ହେବ। ଏହି ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଅଟେ। ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ […]

ଭୁବନେଶ୍ୱର: ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‍ କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକ୍‍ ବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଷ୍ଟାର୍‍ କିରଣରେ ବିଦ୍ୟାରାଣ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‍ ପ୍ରସାରିତ ହେବ। ଏହି ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଅଟେ। ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ ମହାବୀରର କାହାଣୀ। ଯିଏ କି ତାଙ୍କ ପିତାଙ୍କ ଦ୍ୱାରା ଅସ୍ୱୀକାର ହୋଇ ପଳାତକ ହିସାବରେ ବଢିଥିଲା। ପରିଶେଷରେ ସେ ଏକ ଝିଅ ମିଠିଙ୍କୁ ପ୍ରେମ କରନ୍ତି ଯିଏ ତାଙ୍କର ପ୍ରକୃତ ପରିଚୟ ବିଷୟରେ ଅବଗତ ନୁହଁନ୍ତି। ବିଦ୍ୟାରାଣର ଶକ୍ତିଶାଳୀ କାହାଣୀ ଏକାଧିକ ମୋଡ଼ ନେଇଛି। ଚଳଚ୍ଚିତ୍ରଟି ଏକ ଆକ୍ସନ୍‍ ଥ୍ରୀଲର ଅଟେ। ଯାହା ଦର୍ଶକଙ୍କୁ ସେମାନଙ୍କର ଟିଭି ପରଦାରେ ବାନ୍ଧି ରଖିବ। ସିଦ୍‍ର ଭୂମିକାରେ ସୁପରଷ୍ଟାର୍‍ ବାବୁସାନ ମହାନ୍ତି ଓ ମିଠି ଭୂମିକାରେ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି।

About The Author: The Sakala