ସୁଆଣ୍ଡୋ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

ପୁରୀ: ସୁଆଣ୍ଡୋରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’ । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ଯ ଅଗ୍ରଗତି ହେଉଛି । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା […]

ପୁରୀ: ସୁଆଣ୍ଡୋରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’ । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ଯ ଅଗ୍ରଗତି ହେଉଛି । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି ।  ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କାର୍ଯ୍ଯର ତଦାରଖ କରିବା ସହ ସମଗ୍ର ଅଞ୍ଚଳ ବୁଲି ଦେଖିଥିଲେ ୫ଟି ସଚିବ । ଯେଉଁଘରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିଲେ, ସେହି ଘରକୁ ମଧ୍ୟ ବୁଲି ଦେଖିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ ।

About The Author: The Sakala