ଭୁବନେଶ୍ବର : ଅସହାୟଙ୍କୁ ସହାୟତାର ହାତ ବଢାଇ ପୁଣି ଚର୍ଚ୍ଚାରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ବୁଲି ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତିର ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝୁଥିବା ପାଣ୍ଡିଆନ୍ ନିଜ ମାନବିକତା ପାଇଁ ମଧ୍ୟ ପ୍ରଶାଂସାର ପାତ୍ର ହେଉଛନ୍ତି। ଯେବେ ତାଙ୍କ ସାମ୍ନାରେ ହେଉ କିମ୍ବା କୌଣସି ଖବରରେ ସେ ଅସହାୟ ଲୋକଙ୍କ ଅସୁବିଧା କଥା ଶୁଣନ୍ତି, ତୁରନ୍ତ ସହାୟତାର ହାତ ବଢାଇ ଦିଅନ୍ତି। ସେ କୌଣସି ପିଲାର ପାଠ ପଢା କଥା ହେଉ କି କୌଣସି ଲୋକର ମେଡିକାଲ ସମସ୍ୟା ହେଉ କିମ୍ବା କୌଣସି କ୍ରିଡାବିତ୍କୁ ସହାୟତା ହେଉ। ତେବେ ଆଜି ଜଣେ ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀଙ୍କୁ ସହାୟତାର ହାତ ବଢାଇ ପୁଣି ନିଜ ମାନବିକତାର ପରିଚୟ ଦେଇଛନ୍ତି ୫ଟି ସିଚବ ଭିକେ ପାଣ୍ଡିଆନ୍ ।
ଟ୍ରେନରୁ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା। ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଇସିୟୁ ବେଡ଼ର ଅଭାବ ଥିଲା ଏବଂ ପାଖରେ ଅର୍ଥର ଅଭାବ ଥିଲା। ଘଟଣା ଜାଣିବା ପରେ ସାହାଯ୍ୟ କରିଥିଲେ ପାଣ୍ଡିଆନ୍।
ଘଟଣାକ୍ରମଟି ଏପରି ଥିଲା-
ଗଞ୍ଜାମ ଜିଲ୍ଲା ଖୋଲିକୋଟ ବ୍ଲକ ର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ। ସେ ଓଲ୍ଲାଇବା ବେଳେ ଅସାବଧାନତା ହେତୁ ଟ୍ରେନ୍ରୁ ପଡିଗଲେ। ଟ୍ରେନରେ ତାଙ୍କ ହାତ କଟିଗଲା। ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କଲେ। ସେଠାରେ ଆଇସିୟୁ ବେଡ୍ର ଅଭାବ ଥିଲା ଏବଂ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ପାଖରେ ଅର୍ଥର ଅଭାବ ଥିଲା। ଏ ସମୟ ରେ ଏମ୍ସ ହସ୍ପିଟାଲ ଡାକ୍ତର କହିଲେ ଯେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯାଅ । ତୁରନ୍ତ ଆଇସିୟୁ ଯଦି ନହେବ ତାହାଲେ ସେ ବଂଚିବା ଅସମ୍ଭବ ହେଇଯିବ। ଏ ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ବ୍ରଜ ପ୍ରହାର ପରିଲା ଭଳି ଲାଗିଲା।
ଏ ସମୟରେ ବ୍ରହ୍ମପୁରର ସମାଜସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲ୍ କରି ଏ ବିଷୟରେ ଜଣାଇଲେ। ଏହି ଖବର ପହଁଚିଲା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଖରେ। ଆଉ ଏହା ପରେ ପାଣ୍ଡିଆନ ଖବରକୁ ଗୁରୁତର ଭାବେ ନେଈ ତୁରନ୍ତ ଉକ୍ତ ବ୍ୟକ୍ତିକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା କରିଥିଲେ। ୫ଟି ସଚିବ ଭିକେ ପାଣ୍ଡିଆନ ଭୁବନେଶ୍ବର ସମ୍ ହସ୍ପିଟାଲକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିର୍ଦେଶ ଦେବା ପରେ ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିିକତ୍ସା କରାଗଲା। ଏଥି ସହିତ ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଯାହା ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା। ଏଥି ସହିତ ତାଙ୍କ ମାଗଣାରେ ଅପରେସନ୍ କରାଯିବା ପରେ ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ରତ୍ନାକର ଜାଲି ସୁସ୍ଥ ଅଛନ୍ତି। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା। ତେଣୁ ବିଭିନ୍ନ ମହଲରୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ପରିବାର ଲୋକବି ୫ଟି ସଚିବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।