୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭାରେ ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଗୃହରେ ସ୍ବାଭାବିକ ଭାବେ ଚାଲିଥିଲା ପ୍ରଶ୍ନକାଳ। ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କାମ ଦାବି କରିଛନ୍ତି। ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ପର୍ଯ୍ୟଟନ ବିଭାଗର ନୂଆ ମନ୍ତ୍ରୀ ଅଶ୍ୱିନୀ ପାତ୍ର। ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଥିଲେ, ପର୍ଯ୍ୟଟନ […]

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭାରେ ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଗୃହରେ ସ୍ବାଭାବିକ ଭାବେ ଚାଲିଥିଲା ପ୍ରଶ୍ନକାଳ। ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କାମ ଦାବି କରିଛନ୍ତି। ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ପର୍ଯ୍ୟଟନ ବିଭାଗର ନୂଆ ମନ୍ତ୍ରୀ ଅଶ୍ୱିନୀ ପାତ୍ର।

ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଥିଲେ, ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଆମେ ଠିକଣା ଢଙ୍ଗରେ ଓ ଠିକଣା ସମୟରେ କରି ପାରୁନାହେଁ । ଯେଉଁଥି ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେମିତି ଅଭିବୃଦ୍ଧି ହେବା କଥା ହୋଇ ପାରୁନାହିଁ । ବ୍ୟୟ ବରାଦ ହୋଇଥିବା ଅର୍ଥ ରାଶି ଖର୍ଚ୍ଚ ହେଉନାହିଁ । ଗୋଆ ଭଳି ରାଜ୍ୟ ବର୍ଷା ଦିନିଆ ପର୍ଯ୍ୟଟନ କ୍ଷେତ୍ରକୁ ସେଲ୍ କରୁଛନ୍ତି । ମାତ୍ର ଓଡ଼ିଶାରେ ତାକୁ ଗୁରୁତ୍ବ ଦିଆଯାଉନାହିଁ । ମୁଁ କାହାକୁ ଦୋଷାରୋପ କରିବାକୁ ଚାହୁଁନି । ମାତ୍ର ବିଭାଗ ଯେଉଁ କାର୍ଯ୍ୟ କରୁଛି ତାହା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଥିଲେ, ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଛି । ପର୍ଯ୍ୟଟନ ବିକାଶ ଲାଗି ଲିଟେରଚର ପ୍ରକାଶ ପାଇବା ଦରକାର । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ।

ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ୨୦୧୯ ପରେ କୋଭିଡ୍ ଯୋଗୁଁ ରାଜ୍ୟକୁ ପର୍ଯ୍ୟଟକମାନେ ଆସିବା କମିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

About The Author: The Sakala