ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪ ଗେଟ୍‌, ୨୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଭୁବନେଶ୍ବର/ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର କମିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା କମିଥିବା ସହ ଡ୍ୟାମ ଭିତରକୁ ଜଳ ପ୍ରବେଶ କମିଛି। ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଆଜି ଅପରାହ୍ନରେ ୮ ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୮ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୨୦ ଟି ଥିବା […]

ଭୁବନେଶ୍ବର/ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର କମିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା କମିଥିବା ସହ ଡ୍ୟାମ ଭିତରକୁ ଜଳ ପ୍ରବେଶ କମିଛି। ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଆଜି ଅପରାହ୍ନରେ ୮ ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୮ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୨୦ ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରକୁ  ୪ ଲକ୍ଷ ୨୪ ହଜାର ୭୮୬ କ୍ୟୁସେକ ଜଳ ପ୍ରବେଶ କରୁଛି । ୫ ଲକ୍ଷ ୪୫ ହଜାର ୪୭୧ କ୍ୟୁସେକ ଜଳ  ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୩.୯୧ ଫୁଟ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ରେ ରଖିବାକୁ ଚେଷ୍ଟା କରାଯାଉଛି । ଆଜି ହୀରାକୁଦ ୧୨ ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୪୦ ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ୧୨ଟି ବନ୍ଦ ହେବାପରେ ୨୮ ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ବନ୍ଦ କରାଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

ଅନ୍ୟପଟେ ଆଉ ଏକ ଲଘୁଚାପ ଆସୁଥିବାରୁ ଏପରି ସମୟରେ ବନ୍ୟା ପରିଚାଳନା ନେଇ ଏସଆରସି କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଲଘୁଚାପ ଅବପାତର ରୂପ ନେଇପାରେ । ତାହା ପ୍ରଭାବରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଆଜି ସନ୍ଧ୍ୟାରୁ ୨୦ ତାରିଖ ଯାଏଁ ବର୍ଷା ହେବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ବର୍ଷା ହେବ। ତେବେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ।

About The Author: The Sakala