ବାଙ୍କୀ/ ପିପିଲି/ ହାଟଡ଼ିହି: ବଜ୍ରାପାତ ନେଲା ଜୀବନ। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଡମପଡ଼ା ବ୍ଲକ ପଦନପୁର ଗାଁରେ ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ କୁଲୁ ଦାସ । ସେହପରି, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ହାଟଡ଼ିହି ଗ୍ରାମରେ ବିଲରେ କାମ କରାଉଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ ପଦ୍ମନାଭ ପହି ବୋଲି ଜଣାପଡ଼ିଛି।
ପିପିଲି ଥାନା ଅନ୍ତର୍ଗତ ଦାଣ୍ଡ ମୁକୁନ୍ଦପୁର ନିକଟ ବାହାବଜାର ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘର ବାହାରେ କୌଣସି କାର୍ଯ୍ୟ କରୁଥିବା ସମୟରେ ଘଟିଛି ଅଘଟଣ। ମୃତ ମହିଳାଙ୍କ ନାମ ବୁଦ୍ଧି ବେହେରା ବୋଲି ଜଣାପଡ଼ିଛି।