ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନେଟ୍‍

ଭୁବନେଶ୍ୱର: ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନେଟ୍‍ ପରୀକ୍ଷା ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୧୨ରୁ ୧୪ ଭିତରେ ପରୀକ୍ଷା ହେବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ଏହି ସମୟରେ ପରୀକ୍ଷା ଆସନ୍ତାକାଲିଠୁ ନହୋଇ ସେପ୍ଟେମ୍ବରରେ ଆୟୋଜିତ ହେବ। ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ କେଉଁ ସହରରେ ପରୀକ୍ଷା ହେବ ତାହାର ତାଲିକା ପ୍ରକାଶ ପାଇବ। ଏହା ପରେ […]

ଭୁବନେଶ୍ୱର: ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପକ୍ଷରୁ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନେଟ୍‍ ପରୀକ୍ଷା ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୧୨ରୁ ୧୪ ଭିତରେ ପରୀକ୍ଷା ହେବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ଏହି ସମୟରେ ପରୀକ୍ଷା ଆସନ୍ତାକାଲିଠୁ ନହୋଇ ସେପ୍ଟେମ୍ବରରେ ଆୟୋଜିତ ହେବ। ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ କେଉଁ ସହରରେ ପରୀକ୍ଷା ହେବ ତାହାର ତାଲିକା ପ୍ରକାଶ ପାଇବ। ଏହା ପରେ ସେପ୍ଟେମ୍ବର ୧୬ ତାରିଖରେ ଆଡମିଟ୍‍ କାର୍ଡ ଉପଲବ୍ଧ ହେବ। ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଗତ ଜୁଲାଇ ୯, ୧୧ ଓ ୧୨ ତାରିଖରେ ହୋଇଥିଲା। ସମୁଦାୟ ୩୩ଟି ବିଷୟର ପରୀକ୍ଷା ୨୨୫ ସହରର ୩୧୦ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

About The Author: The Sakala