ଭୁବନେଶ୍ବର : ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍ ମିଟରେ କହିଛନ୍ତି ଦିନ ୧୧ ଟା ସୁଦ୍ଧା ନୂଆପଡାରେ ୨୬.୮୦ ପ୍ରତିଶତ, କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ। ନବରଙ୍ଗପୁର ରେ ୨୫.୩୦, କୋରାପୁଟ ୨୪.୪୩, ବ୍ରହ୍ମପୁର ୧୮.୯୯। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫। ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଛି। ପାଗ ଅନୁକୂଳ ଥିବାରୁ ଆଗକୁ ଭୋଟ ପ୍ରତିଶତ ବଢିବ ଏବଂ ଏଥର ରେକର୍ଡ ପରିମାର ଭୋଟ ହେବ।
ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ୨ ପୋଲିଂ ଅଧିକାରୀ ସସପେଣ୍ଡ ହୋଇଛନ୍ତି। କଳାହାଣ୍ଡି ନାର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ସାହା ସସପେଣ୍ଡ। ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁବି ସସପେଣ୍ଡ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଅଧିକାରୀ।
ସୂଚନାଯୋଗ୍ୟ ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ୧୩.୧୨ପ୍ରତିଶତ, ଗଞ୍ଜାମରେ ସର୍ବନିମ୍ନ ଗଞ୍ଜାମରେ ୬.୮୧ପ୍ରତିଶତ ମତଦାନ ହୋଇଥିଲା। ଏଥି ସହିତ ଗଜପତିରେ ୧୦.୨ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ମାଲକାନଗିରିରେ ୯.୧୫ ପ୍ରତିଶତ, ନବରଙ୍ଗପୁରରେ ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ପ୍ରତିଶତ ଓ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଥିଲା।