ଭୁବନେଶ୍ବର: ବେକାବୁ ହେଉଛି କରୋନା । ଦୃତ ଗତିରେ ବୃଦ୍ଧି ପାଉଛି ସଂକ୍ରମିତକ ସଂଖ୍ଯା । ଆଜି ବିଏମସି କାର୍ଯ୍ଯାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି । ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ମଧ୍ୟ କୁହାଯାଉଛି । ବିଏମସି କାର୍ଯ୍ଯାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୮୩୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ଯା ୪,୨୨୬ ରହିଛି।