ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ କୁମାର ଷଡ଼ଙ୍ଗୀ

କଟକ : ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଆଜି ଲୋକସେବା ଭବନରେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ୟ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ […]

କଟକ : ଓପିଏସସିର ନୂତନ ଅଧ୍ୟକ୍ଷ ଭାବେ ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଆଜି ଲୋକସେବା ଭବନରେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ୟ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ୧୦ ମାସ ଚାକିରି ବାକିଥିବା ବେଳେ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ଅବସର ବେଳକୁ ଶ୍ରୀ ଷଡ଼ଙ୍ଗୀ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ଏହା ପୂର୍ବରୁ ସେ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରେ ଥିଲେ।

About The Author: The Sakala