ଦିନକରେ ଆସିଲେ ୧୧ ‘ ୟସ୍ ’ , ବାତ୍ୟା ସମୟରେ ୮ପୁଅ ଓ ୩ ଶିଶୁ କନ୍ୟା ପ୍ରସବ

ବାତ୍ୟା ‘ୟସ୍’ ରାଜ୍ୟରେ ତାଣ୍ଡବ ରଚୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଶୁଭିଥିଲା କୁଆଁ କୁଆଁ ସ୍ବର। କ୍ୟାପିଟାଲ ହସ୍ପିଟାଲରେ ୧୧ଟି ପିଲା ଜନ୍ମଗ୍ରହଣ କରିଛନ୍ତି। ସେଥିରୁ ୮ଟି ପୁଅ ଥିବା ବେଳେ ୩ଟି ଶିଶୁ କନ୍ୟା ରହିଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଲିଅନ୍ତା ଥାନା ଅଞ୍ଚଳର ଜଣେ ମହିଳା ବୁଧବାର ସକାଳୁ ପ୍ରସବ ଯନ୍ତ୍ରଣା ଭୋଗିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ସକାଳ ସାଢ଼େ ୯ଟା ବେଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଉଭୟ […]

ବାତ୍ୟା ‘ୟସ୍’ ରାଜ୍ୟରେ ତାଣ୍ଡବ ରଚୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଶୁଭିଥିଲା କୁଆଁ କୁଆଁ ସ୍ବର। କ୍ୟାପିଟାଲ ହସ୍ପିଟାଲରେ ୧୧ଟି ପିଲା ଜନ୍ମଗ୍ରହଣ କରିଛନ୍ତି। ସେଥିରୁ ୮ଟି ପୁଅ ଥିବା ବେଳେ ୩ଟି ଶିଶୁ କନ୍ୟା ରହିଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଲିଅନ୍ତା ଥାନା ଅଞ୍ଚଳର ଜଣେ ମହିଳା ବୁଧବାର ସକାଳୁ ପ୍ରସବ ଯନ୍ତ୍ରଣା ଭୋଗିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ସକାଳ ସାଢ଼େ ୯ଟା ବେଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଉଭୟ ମା’ ପୁଅ ସୁସ୍ଥ ଅଛନ୍ତି। ତେବେ ଜନ୍ମ ପରେ ନବଜାତକର ନାଁ ପରିବାରଲୋକେ ‘ୟସ’ ରଖୁଛନ୍ତି । ଏହି ନାଁକୁ ନେଇ ପରିବାରର ସମସ୍ତେ ଲୋକେ ଖୁସିଥିବା ରହିଥିବା ନର୍ସମାନେ ସୂଚନା ଦେଇଛନ୍ତି।

ଏହି ଗୋଟିଏ ଘଟଣା ନୁହେଁ କ୍ୟାପିଟାଲ ହସ୍ପିଟାଲରେ ଜନ୍ମ ନେଇଥିବା ଅନ୍ୟ ୧୦ ପିଲାଙ୍କ ନାଁ ପରିବାର ଲୋକେ ‘ୟସ୍’ ରଖୁଥିବା ଜଣାପଡ଼ିଛି। କାରଣ ପୁଅ ହେଉ କି ଝିଅ ‘ୟସ୍’ ନାଁଟି ସମସ୍ତଙ୍କୁ ସୁହାଉଛି। ତେଣୁ ଅଧିକାଂଶ ବାପା, ମା’ ଓ ପରିବାରଲୋକେ ବାତ୍ୟାରେ ଜନ୍ମ ହେଉଥିବାରୁ ସ୍ମୃତିକୁ ମନେ ରଖୁବା ପାଇଁ ‘ୟସ୍’ ନାମକରଣ କରିବାକୁ ଚାହୁଁଥିବା କ୍ୟାପିଟାଲ ହସ୍ପିଟାଲର ସୂତ୍ରରୁ ସୂଚନା ମିଳିଛି। ସେହିପରି ରାଜଧାନୀର ଘରୋଇ ନସିଂହୋମ ଓ ବେସରକାରୀ ହସ୍ପିଟାଲରେ ଜନ୍ମ ନେଇଥିବା ନବଜାତକଙ୍କ ନାଁର ବାତ୍ୟା ନାଁରେ ନାମକରଣ କରାଯାଇଥିବା ଜଣାପଡ଼ିଛି ।

About The Author: The Sakala