କମୁଛି ହୀରାକୁଦର ଜଳସ୍ତର, ବନ୍ଦ ହେଲା ଜଳଭଣ୍ଡାରର ୧୦ଟି ଗେଟ୍

ସମ୍ବଲପୁର: କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେଉଁଥିପାଇଁ ଆଜି ହୀରାକୁଦର ୧୦ଟି ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିବାରୁ ଗେଟ୍ ବନ୍ଦ ହୋଇଛି । ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଆଜି ସକାଳ ୬ଟା […]

ସମ୍ବଲପୁର: କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେଉଁଥିପାଇଁ ଆଜି ହୀରାକୁଦର ୧୦ଟି ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମିବାରୁ ଗେଟ୍ ବନ୍ଦ ହୋଇଛି । ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।

ଆଜି ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ରହିଥିଲା ୬୧୮.୩୩ ଫୁଟ୍ । ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୩୧୧ କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୧୨୬ କ୍ୟୁସେକ୍ ବନ୍ୟା ପାଣି ।

About The Author: The Sakala