ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪ ଗେଟ୍‌, ୩୨ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଭୁବନେଶ୍ବର/ସମ୍ବଲପୁର :  କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୪ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୪ଟି ଥିବା ବେଳେ ଦକ୍ଷିଣ […]

ଭୁବନେଶ୍ବର/ସମ୍ବଲପୁର :  କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୪ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ଏବେ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୨୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମହାନଦୀ କୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୪.୪୩ ଫୁଟ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ରେ ରଖିବାକୁ ଚେଷ୍ଟା କରାଯାଉଛି । ଆଜି ହୀରାକୁଦ ୬ ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୪୦ ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। ଆଜି ୬ଟି ବନ୍ଦ ହେବାପରେ ୩୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ବନ୍ଦ କରାଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ।

ଅନ୍ୟପଟେ ଆଉ ଏକ ଲଘୁଚାପ ଆସୁଥିବାରୁ ଏପରି ସମୟରେ ବନ୍ୟା ପରିଚାଳନା ନେଇ ଏସଆରସି କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ଲଘୁଚାପ ଅବପାତର ରୂପ ନେଇପାରେ । ତାହା ପ୍ରଭାବରେ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଆଜି ସନ୍ଧ୍ୟାରୁ ୨୦ ତାରିଖ ଯାଏଁ ବର୍ଷା ହେବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ବର୍ଷା ହେବ। ତେବେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଥିବା ସୂଚନା ଦେଇଛନ୍ତି ଏସ୍‌ଆରସି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅତି ପ୍ରବଳ ବର୍ଷାର ସମ୍ଭାବନା ନାହିଁ। ମହାନଦୀ ଉପର ଓ ତଳମୁଣ୍ଡରେ ହାରାହାରି ୨୫ରୁ ୩୦ ମିମି ମଧ୍ୟରେ ବର୍ଷା ହେବ । ଆମେ ସେହି ଅନୁଯାୟୀ, ଯୋଜନା ପ୍ରସ୍ତୁତ କରୁଛୁ । ବିଭାଗୀୟ ଟିମ୍‌ ନୂଆ ମଡେଲ ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେଲେ ବି ବନ୍ୟା ସୁପରିଚାଳନା ନିମନ୍ତେ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ଆରସି ।

About The Author: The Sakala